କଟକ ସଦର ,୨୫/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵୈୟାଳିସମୈ।ଜା ଚାନ୍ଦୁଲି ଵଳୀ ବାମନ ପୀଠରେ କଟକ ସଦର ବିଜେପି ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଭୋଜି ଭାତର ଆୟୋଜନ କରାଯାଇଥିଲା। ଏଥିରେ ବଳକା ଖାଦ୍ୟ ସବୁକୁ ପୋତା ନଯାଇ ଉପରେ ପକାଇ ଦିଆଯାଇଥିବାରୁ ସେଗୁଡିକ ଖାଇ ଅନେକ ଗାଈ ଗୋରୁଙ୍କ ସହିତ ଷଣ୍ଢ ର ମୃତ୍ୟୁ ଘଟିଥିବା ବେଳେ ଅନେକ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଅଭିଯୋଗ ହୋଇଛି।
ଏଥିପାଇଁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଙ୍କୁ ସିଧାସଳଖ ଦାୟୀ କରି କଟକ ସଦର ର ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଗୋଛାୟତ ଙ୍କ ନେତୃତ୍ଵରେ ଆଜି ଗୁରୁବାର ଦିନ ଵୈୟାଳିସମୈ।ଜା ଥାନା ରେ ଏକ ଏତଲା ଦିଆ ଯାଇଥିବା ଜଣାପଡିଛି। ଏଥିରେ ଶିଶିର ରଥ,ମାନସ ପରିଡ଼ା, ରଞ୍ଜନ ସେନାପତି, ଉଗ୍ରସେନ ଭୁୟାଁ,ମନୋଜ ବିଶ୍ୱାଳ, ରାକେଶ ସ୍ୱାଇଁ, ସୀତାକାନ୍ତ ପଣ୍ଡା, ମଧୁସୂଦନ ସେନାପତି, ନିହାର ରଞ୍ଜନ ନନ୍ଦ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଓ ନେତା ସାମିଲ ହୋଇଥିଲେ।
