ଛତୁ ମଞ୍ଜି ଉତ୍ପାଦନ କୌଶଳ ସମ୍ବନ୍ଧୀୟ ତାଲିମ ଶିବିର

ଜଗତସିଂହପୁର,୨୧/୯/୨୦୨୪ (ଓଡ଼ିଶା ସମାଚାର)-କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ପକ୍ଷରୁ ଏହାର ପରିସରରେ, ଛତୁ ମଞ୍ଜି ଉତ୍ପାଦନ କୌଶଳ ସମ୍ବନ୍ଧୀୟ ୫ ଦିନିଆ ତାଲିମ କାର୍ଯ୍ୟକ୍ରମ  ସେପ୍ଟେମ୍ୱର ମାସ ୧୭ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ  କାର୍ଯ୍ୟକ୍ରମରେ ଜିଲ୍ଲା ର ବିଭିନ୍ନ ବ୍ଲକର ୨୦ ଜଣ ଚାଷୀ ଯୋଗ ଦେଇଥିଲେ।ଏହି ତାଲିମ କାର୍ଯ୍ୟକ୍ରମରେ ଛତୁ ମଞ୍ଜି ଉତ୍ପାଦନ ଉପରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା ।ମଞ୍ଜି ଉତ୍ପାଦନ ପାଇଁ ଆବଶ୍ୟକୀୟ ଉପାଦାନ ଯଥା ଅଟୋକ୍ଲେଭ୍, ଲମିନାରଏୟାର୍ ଫ୍ଲୋ, ରନ୍ଧନ ଉପକରଣ ,ରାସାୟନିକ ପଦାର୍ଥ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପଦାର୍ଥ ଉପରେ ଜ୍ଞାନ ପ୍ରଦାନ କରିବା ସହ ଛତୁ ମଞ୍ଜି ପ୍ରସ୍ତୁତ ପ୍ରଣାଳୀ ଯଥା ମୂଳ ଫିମ୍ପି ପ୍ରସ୍ତୁତି (ମଦର କଲଚର) , ମୂଳ ଫିମ୍ପି ରୁ ଅଧିକ ବଂଶ ବିସ୍ତାର (ସବ୍କଲଚର) ଓ ଛତୁ ମଞ୍ଜି ପ୍ରସ୍ତୁତି ଉପରେ ଜ୍ଞାନ ପ୍ରଦାନ କରାଯାଇଥିଲା । ଏତଦ୍ ବ୍ୟତୀତ ଚାଷୀ ନିଜେ ମିଡିଆ ପ୍ରସ୍ତୁତି, କଲଚର ପ୍ରସ୍ତୁତି ,ଛତୁ ମଞ୍ଜି ପ୍ରସ୍ତୁତି କରିଥିଲେ। ଏହା ସହ ଛତୁ  ଚାଷର ଆବଶ୍ୟକତା, ଛତୁ ଚାଷର ସୁଯୋଗ, ଛତୁ ରେ ଥିବା ଖାଦ୍ୟ ଉପାଦାନ ପାଳଛତୁ ଚାଷ ପ୍ରଣାଳୀ, ଧିଙ୍ଗିରି ଛତୁ ଚାଷ ପ୍ରଣାଳୀ , ଦୁଗ୍ଧ ଛତୁ ଚାଷ ପ୍ରଣାଳୀଏବଂ ବୋତାମ ଛତୁ ଚାଷ ପ୍ରଣାଳୀ, ରିସି ଛତୁ (ଗାନୋଡରମା ଛତୁ) ଚାଷ ପ୍ରଣାଳୀ ଅଦିନିଆ ଛତୁ ଚାଷ ତଥା ପଲିହାଉସ ରେ ଛତୁ ଚାଷ , ଛତୁ ଅମଳ ପରବର୍ତ୍ତୀ ଯତ୍ନ ,ଛତୁ ର ପୋଷକ ଗୁଣ, ଔଷଧୀୟ ଗୁଣ, ଛତୁ ର ମୂଲ୍ୟ ଯୁକ୍ତ ଦ୍ରବ୍ୟ ପ୍ରସ୍ତୁତି,ଛତୁ ଚାଷରେ ରୋଗ ପୋକ ପରିଚାଳନ,ଛତୁ ଚାଷରେ ଥିବା ସରକାରୀ ପ୍ରୋତ୍ସାହନ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। କୃଷି ବିଜ୍ଞାନ କେନ୍ଦ୍ରର  ଵୈଜ୍ଞାନିକ ସସ୍ମିତା ପୁରୋହିତ କର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ପଞ୍ଚମ ଦିନ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ଵୈଜ୍ଞାନିକ ଓ ମୂଖ୍ୟ ଅନ୍ୟମାନଙ୍କର ସହଯୋଗରେ ଚାଷୀ ମାନଙ୍କୁ ମାନପତ୍ର ବଣ୍ଟନ କରିଥିଲେ।କେନ୍ଦ୍ର ର ସମସ୍ତ ଵୈଜ୍ଞାନିକ ଯଥା ଡ.ଦେବାଶିଷ ପଣ୍ଡା, ଡ. ପ୍ରଦୀପ୍ତ ମାଝି, ଡ. ଦ୍ବାରିକା ମୋହନ ଦାସ, ଶ୍ରୀମତି ସରିତା ଦାସ ଓ  ବୈଷୟିକ କର୍ମଚାରୀ ବିଜୟିନୀ ସାହୁ, ଡ.ବିଚିନ୍ନା ମୈତ୍ରୀ ରାଉତ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *