ବିଶିଷ୍ଟ ସମାଜସେବୀ ତଥା ମା’ ଗୋଜବାୟାଣୀ ମନ୍ଦିରର ପ୍ରତିଷ୍ଠାତା, ପୂଜକ ୰କୃତିବାସ ବେହେରାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଭୁବନେଶ୍ୱର,୨୧/୦୨/୨୦୨୫(ଓଡ଼ିଶା ସମାଚାର)-ବିଶିଷ୍ଟ ସମାଜସେବୀ ତଥା ମା’ ଗୋଜବାୟାଣୀ ମନ୍ଦିରର ପ୍ରତିଷ୍ଠାତା, ପୂଜକ ୰କୃତିବାସ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳୀ ସଭା ଭି.ଏସ୍.ଏସ୍. ନଗର ସ୍ଥିତ ଗୋଜବାୟାଣୀ ମନ୍ଦିରରେ ଗତ ୧୫ ଫେବୃଆରୀ ୨୦୨୫ରେ ଅନୁଷ୍ଠିତ ହୋଇଥିଲା। ଏହି ଆନୁକୂଲ୍ୟରେ ପ୍ରତିଷ୍ଠାତା ୰କୃତିବାସ ବେହେରାଙ୍କ ଏକ ପ୍ରତିମୂର୍ତ୍ତିକୁ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତଙ୍କ ଦ୍ଵାରା ଉନ୍ମୋଚନ କରାଯିବା ସହ କିଛି ମା’ମାନଙ୍କୁ ବସ୍ତ୍ରଦାନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଭି.ଏସ୍.ଏସ୍. ନଗର ବାସିନ୍ଦା ତଥା ଉନ୍ନୟନ ପରିଷଦର ସଭାପତି ଶ୍ରୀ ଦିଲ୍ଲୀପ ଦାସଶର୍ମା, କର୍ପୋରେଟର ପ୍ରଭାସିନୀ ମହାନ୍ତି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୁରଞ୍ଜନ ପାଢ଼ୀ, ୰କୃତିବାସ ବେହେରାଙ୍କ ଧର୍ମପତ୍ନୀ ମମତା ବେହେରା, ପରିବାର ଵର୍ଗ ଏବଂ ମା’ ଗୋଜବାୟାଣୀ ମନ୍ଦିର ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ବୃନ୍ଦ ଜି.ଏଲ୍. କଲୋନୀ ସ୍ଥିତ ଭାଗବତ ଟୁଙ୍ଗିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *