କଟକ ସଦର , ୩୦/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ସରକାରଙ୍କ ପକ୍ଷରୁ ପରିକ୍ରମା କରୁଥିବା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥକୁ ଆଜି ଶନିବାର ପୂର୍ବାହ୍ନରେ କଟକ ସଦର ଵିଜେପି ଯୁବ ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ତାଙ୍କ ନିଜ ପଞ୍ଚାୟତ କିଶନନଗର ଠାରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଛି। ଏହି ଉପଲକ୍ଷେ ଆୟୋଜିତ ଆମ ସଂକଳ୍ପ ସଭାରେ ସଭାପତିତ୍ବ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରୀବ କଲ୍ୟାଣ ଦେଶର କଲ୍ୟାଣ ଭଳି ଅନେକ ଯୋଜନା ସମ୍ପର୍କରେ ପ୍ରକାଶ ସେଠୀ ଆଲୋକପାତ କରିଥିଲେ।ଏହି ଅବସରରେ ଆୟୋଜିତ ଏକ ମାଗଣା ସ୍ବାସ୍ଥ୍ୟ ସେଵା ଶିଵିରରେ ଲୋକମାନେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏଥିରେ ଶତାଧିକ ମହିଳା ଓ ପୁରୁଷ ଯୋଜନା ସମ୍ପର୍କରେ ବୁଝି ଏହାର ସୁବିଧା ସୁଯୋଗ ନେବାକୁ ନାହିଁ ନଥିବା ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା। ସଦର ବ୍ଲକ କନିଷ୍ଠ ଯନ୍ତ୍ରୀ ସୁଜାତା ସିଂହ ନୋଡାଲ ଅଫିସର ଭାବେ ଉପସ୍ଥିତ ଥିବା ବେଳେ ପରିଚାଳନାରେ ସରପଞ୍ଚ ସୁଜାତା ସେଠୀ, ପୂର୍ବତନ ସରପଂଚ ବାଉରୀବନ୍ଧୁ ମହାନ୍ତି, ପୂର୍ବତନ ମଣ୍ଡଳ ସଭାପତି ଦେବେନ୍ଦ୍ର ଜେନା, ପ୍ରଦୀପ୍ତ ଦାସ,ସରୋଜ ଵାରିକ,ତାପସ ମଣ୍ଡଳ, ଯାମିନୀ ମୋହନ ସାହୁ, ପ୍ରଭାତ ସେଠୀ, ପ୍ରମୋଦ ସେଠୀ ପ୍ରମୁଖ ସହାୟତା ଯୋଗାଇଥିଲେ।