ଲକ୍ଷ୍ମୀପୁର ୩୧/୦୩/୨୪(ଓଡ଼ିଶା ସମାଚାର/ପ୍ରମୋଦ ଜେନା)- ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି। ଲକ୍ଷ୍ମୀପୁର ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ଆସନ୍ତା ବିଧାନ ସଭା ଓ ଲୋକ ସଭା ନିର୍ବାଚନ ଆୟୋଜନ ନିମନ୍ତେ ପୋଲିସ ପ୍ରଶାସନ ତରଫରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି।କୋରାପୁଟ ଏସପି ଅଭିନବ ସୋନାରକର ଙ୍କ ନିର୍ଦ୍ଧେଶ ପାଇ ଲକ୍ଷ୍ମୀପୁର ପୋଲିସ ଓ ବିଏସଏଫ ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବ୍ଲକ୍ ସଦର ର ସମସ୍ତ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।ଆଗାମୀ ନିର୍ବାଚନକୁ ନେଇ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିବା ବେଳେ ସମ୍ବେଦନଶୀଳ ବୁଥ ଗୁଡିକରେ ଶାନ୍ତି ପୂର୍ଣ୍ଣ ମତଦାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ଅସାମାଜିକ କାର୍ଯ୍ୟ କଳାପ ଓ ବେଆଇନ ମଧ୍ୟ ବିକ୍ରି ବନ୍ଦ୍ କରାଯିବା ଉପରେ ଗୁରୁତ୍ଵ ଦିଆଯିବ।ଏଥି ସହ ବିଭିନ୍ନ ପ୍ରକାରର ଅପରାଧ,ନିର୍ବାଚନୀ ହିଂସା ଉପରେ ପୋଲିସର ନଜର ରହିବ ବୋଲି ଲକ୍ଷ୍ମୀପୁର ଏସଡିପିଓ ବିରଞ୍ଚି ନାରାୟଣ ଜଗତ ପ୍ରକାଶ କରିଛନ୍ତି।ଏସଡିପିଓ ଶ୍ରୀ ଜଗତଙ୍କ ସହ ଆଇଆଇସି ସୁଜ୍ଞାନି ସାହୁ ଓ ବିଏସଏଫ୍ ସେକେଣ୍ଡ ଇନ୍ କମାଡାଣ୍ଟ ମୁକେଶ କୁମାର ଙ୍କ ସମେତ ଲକ୍ଷ୍ମୀପୁର ଥାନାର ପୋଲିସ କର୍ମଚାରୀ,ଦୁଇ ପ୍ଲାଟୁନ ବିଏସ ଏଫ୍ ଯବାନ ଓ ଗୋଟିଏ ପ୍ଲାଟୁନ ଆଇଆରବି ଯବାନ ଏହି ଫ୍ଲାଗ ମାର୍ଚ୍ଚରେ ଯୋଗ ଦେଇଥିଲେ।