ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ବିଭାଗୀୟ କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର,୧୪/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ୧୫ ଗୋଟି ମାର୍ଗଦର୍ଶିକା ଅନୁଯାୟୀ ବିଭାଗୀୟ କାର୍ଯ୍ୟର ପ୍ରଗତି ଉପରେ ଗୁରୁତ୍ୱ ଦିଆଯାଇଛି। ଏହାସହ ଭିଜନ ୨୦୩୬ ଓ ୨୦୪୭ ଅଧୀନରେ ନିର୍ଦ୍ଧାରିତ ୧୨ ଓ ୨୪ ମାସର ଲକ୍ଷ୍ୟ ପ୍ରାପ୍ତି ପାଇଁ ରୋଡମ୍ୟାପ ଉପରେ ସମୀକ୍ଷା କରାଯାଇଛି।

ବୈଠକରେ ନିୟମିତ ବଜେଟ ଫଳାଫଳ ସମୀକ୍ଷା, ଶିଳ୍ପ ଉନ୍ନୟନ ପାଇଁ ସରକାରଙ୍କ ଦ୍ୱାରା ସ୍ୱାକ୍ଷରିତ ଏମ୍ଓୟୁ ଗୁଡ଼ିକର କାର୍ଯ୍ୟାନ୍ୱୟନ, ମିଶନ କର୍ମଯୋଗୀ  ଆଧାରିତ ପ୍ରଶିକ୍ଷଣ କ୍ୟାଲେଣ୍ଡର , ନିୟମିତ ସମୀକ୍ଷା ପ୍ରଣାଳୀ ଭଳି ବିଷୟ ଉପରେ ଆଲୋଚନା ହୋଇଛି। ସମୀକ୍ଷା ସମୟରେ ରାଜ୍ୟରେ ଜଳସେଚନ ବୃଦ୍ଧି ପାଇଁ ପାଣ୍ଠିର ଉପଯୋଗ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ଵ ଦେଇଥିଲେ। ବୈଠକରେ ସମସ୍ତ ସରକାରୀ ପତ୍ରଳାପ ଓ ସୂଚନା ଓଡ଼ିଆ ଭାଷାରେ ଜାରି, ବିଭାଗୀୟ ୱେବସାଇଟ ଅଦ୍ୟତନ, ଅଭିଯୋଗ ସମାଧାନ ପ୍ରଣାଳୀ ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ଏଥିରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ସାଗର ମହାନ୍ତିଙ୍କ ସମେତ ବିଭିନ୍ନ କାର୍ଯ୍ୟ ଦାୟିତ୍ୱରେ ଥିବା ଜଳ ସଂପଦ ବିଭାଗର ବିଶିଷ୍ଠ ଅଧିକାରୀ ଓ ଅନ୍ୟ ସର୍ବୋଚ୍ଚ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।

-0-

ସାଗରିକା ପ୍ରିୟଦର୍ଶିନୀ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *