କେନ୍ଦ୍ରାପଡ଼ା,୧୬/୧୨/୨୦୨୫(ଓଡ଼ିଶା ସମାଚାର)-ଏକ ବିଶେଷ ସୁତ୍ରରୁ ଖବର ପାଇ ଜିଲାପାଳଙ୍କ ନିର୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ରାଜକନିକା ଓ ମହାକାଳପଡ଼ା ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ସମୁଦାୟ୧୫୧ ଲିଟର ଦେଶୀ ଓ ବିଦେଶୀ ଚୋରାମଦ ସମେତ ଗୋଟିଏ ମୋଟର ସାଇକେଲ ଜବତ କରାଯାଇ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ମହାକଳପଡ଼ା ଗ୍ରାମର ବୀର କିଶୋର ମଳିକ(୫୨)ଙ୍କ ଠାରୁ ୩୨ ଲିଟର ଦେଶୀ ମଦ ଓ ଅନ୍ତର୍ଯ୍ୟାମୀ ଦାସ(୨୭)ଙ୍କ ଠାରୁ ୪୧ ଲିଟର ଦେଶୀ ମଦ ସମେତ ଗୋଟିଏ ମୋଟର ସାଇକେଲ, ଶିଓପଡ଼ା ଗ୍ରାମର ଶରତ ମଳିକ(୩୨)ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ, କଣ୍ଡିଆହାଟ ଗ୍ରାମର ପ୍ରତାପ ମଳିକ(୪୧)ଙ୍କ ଠାରୁ ୨୧ ଲିଟର ଦେଶୀ ମଦ ଓ ରାମାକାନ୍ତ ମଳିକ(୩୧)ଙ୍କ ଠାରୁ ୨୫ ଲିଟର ଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ସମୁଦାୟ୧୫୧ ଲିଟର ଦେଶୀ ଓ ବିଦେଶୀ ଚୋରାମଦ ସମେତ ଗୋଟିଏ ମୋଟର ସାଇକେଲ ଜବତ କରାଯାଇ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, କଳ୍ପନା ରାଉତ, ସହକାରୀ ଉପ ନିରୀକ୍ଷକ ଜଗନ୍ନାଥ ବେସ୍ରା, ସୁନୀଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।
