ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଲୋକାର୍ପିତ

ଭୁବନ,୧୩ /୦୬/୨୦୨୫ (ଓଡ଼ିଶା ସମାଚାର)- ଭୁବନ ଏନ୍ ଏ ସି ଅନ୍ତର୍ଗତ କଲେଜ ରୋଡ଼ ରେ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଲୋକାର୍ପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଲୋକାର୍ପଣ କରି କହିଥିଲେ ଯେ , କେନ୍ଦ୍ର ସରକାର ଙ୍କ ୧୧ ବର୍ଷ ଓ ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନ ବାସୀ ଙ୍କୁ ଏହି ସ୍ବାସ୍ଥ୍ୟ ସେବା ହେଉଛି ରଜ ଭେଟି ।

ଏହି ସ୍ବାସ୍ଥ୍ୟ କେନ୍ଦ୍ର ଟି ସକାଳ ୮ ରୁ ଦିନ ୧୧ ଏବଂ ଅପରାହ୍ନ ୫ ଘଟିକା ରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ଭୁବନ ଓ ଆଖପାଖ ଅଞ୍ଚଳର ଲୋକମାନେ ଗୁଣବତ୍ତା ପୂର୍ଣ୍ଣ ଚିକିତ୍ସା ସେବା ପାଇପାରିବେ ବୋଲି ବିଧାୟକ ଶ୍ରୀଯୁକ୍ତ ଜେନା କହିଥିଲେ । ସମ୍ମାନିତ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ ନୀଳମଣି ଦିଲ୍ଲୀପ ଚାନ୍ଦ ବେହେରା ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ମେଡ଼ିକାଲ ଅଫିସର ଡା ରମେଶ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ,ସସ୍ମିତା ସାହୁ (ଡି ପି ଏମ),ଗଗନ ବିହାରୀ ସାହୁ (ଡି ଏ ଏମ),ଦୀପକ କୁମାର ସ୍ବାଇଁ (ଏ ପି ଏମ ) ଙ୍କ ସମେତ ସ୍ବାସ୍ଥ୍ୟ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *