କଟକ ସଦର , ୧୪/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମହାନଦୀ ଦକ୍ଷିଣ ପାର୍ଶ୍ୱ ନଦୀ ବନ୍ଧ କଟକ ଗାନ୍ଧୀ ପଲ୍ଲୀ ଠାରୁ ତାରପୁର ଭାୟା ଵାରଦା ଵାଙ୍କଳ ୩୫ କିମି ରାସ୍ତାର ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ରୂପାନ୍ତରଣ ପାଇଁ ଆଜି ବୁଧବାର ସରସ୍ଵତୀ ପୂଜାର ଅପରାହ୍ନରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା କିଶନନଗର ଠାରେ ଶୁଭ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସଙ୍କ ପୈ।ରୋହିତ୍ୟରେ ଆୟୋଜିତ ଶିଳାନ୍ୟାସ ସଭାରେ ଵିଧାୟକ ଚନ୍ଦ୍ର ସାରଥି କହିଥିଲେ ଯେ ଉକ୍ତ ନଦୀ ବନ୍ଧ ରାସ୍ତାର ନବୀକରଣ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା ବେଳେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନ୍ତରିକ ଉଦ୍ୟମ ଫଳରେ ଆଜି ତାହା ସାକାର ହେବାକୁ ଯାଉଅଛି। ଆଗାମୀ ଦିନରେ ସହଯୋଗ ଅଵ୍ୟାହତ ରହିଲେ ଅନ୍ୟାନ୍ୟ ଛୋଟ ବଡ଼ କାର୍ଯ୍ୟ ସଵୁ ସହଜ ଓ ଅନାୟାସରେ ହୋଇପାରିବ ଵୋଲି କହିଥିଲେ। ଏଥିରେ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଯୋଗ ଦେଇ ସଦର ର ଉନ୍ନତି ପାଇଁ ମୂଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ ପଞ୍ଚାୟତ ସମିତି ପକ୍ଷରୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ଆଶାଲତା ବେହେରା, ପ୍ରଦୀପ ମହାଳି, ସସ୍ମିତା ମହାର୍ଥା, ଶୁଭଶ୍ରୀ ମହାନ୍ତି, ବିଳାସ ଭୋଇ ପ୍ରମୁଖ ମଞ୍ଚାସିନ ଥିଲେ। ଶେଷରେ ସଦର ଵିଜେଡି ସଭାପତି ପ୍ରମୋଦ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ବିଜେଡ଼ି ଉପସଭାପତି ସମର ବେହେରା, ଅଚ୍ୟୁତାନନ୍ଦ ଦାସ, ବିଭୁତି ଭୁଷଣ ପରିଡ଼ା, ସଦର ଆତ୍ମା ସଭାପତି ରଜନୀ କାନ୍ତ ସାହୁ,ଶରତ ରାୟଙ୍କ ସମେତ ସଵୁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟଙ୍କ ସମେତ ଅନେକ କର୍ମୀ ସାମିଲ ହୋଇଥିଲେ। ପରିଚାଳନାରେ ଛାତ୍ର ବିଜେଡ଼ି ରାଜ୍ୟ ସଂପାଦକ ତଥା କଟକ ସଦର ବ୍ଲକ ଛାତ୍ର ବିଜେଡ଼ି ସଭାପତି ସତ୍ୟସିଦ୍ଧାନ୍ତ ଦାଶ, କିଶନନଗର ପଞ୍ଚାୟତ ଵିଜେଡି ସଭାପତି ଭବାନୀ ଶଙ୍କର ରାୟ, କାର୍ଯ୍ୟକାରୀ ସଭାପତି ଗଗନ ମହାପାତ୍ର, ସୁରେଶ ଚନ୍ଦ୍ର ବିଶୋଇ,ଵିଜୟ ମଲ୍ଲିକ ପ୍ରମୁଖ ସହାୟତା କରିଥିଲେ। ଆୟତପୁର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବିଧାୟକଙ୍କୁ ଶିଳାନ୍ୟାସ ସ୍ଥଳକୁ କର୍ମୀମାନେ ପାଛୋଟି ନେଇଥିଲେ ।