ନୟାଗଡ଼, ୨୪/୦୨/୨୦୨୪ (ଓଡ଼ିଶା ସମାଚାର)- ନିଜ ମାଆକୁ ଗୁଳି ମାରିଲା ଜନ୍ମକଲା ପୁଅ । ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା କଳସାଖମଣ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଅ ଗୁଳିରେ ମାଆ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଆହତ ମାଆ ହେଉଛନ୍ତି ଦୁଇତା ପ୍ରଧାନ। ସାନଭାଇ ସହ ବଚସାରୁ ଦେଶୀବନ୍ଧୁକରୁ ଗୁଳିମାଡ଼ କରିଥିଲେ ବଡ଼ଭାଇ। ସାନ ଭାଇକୁ ଆକ୍ରମଣ ଏବଂ ବନ୍ଧୁକରୁ ଗୁଳି ମାରିବାବେଳେ ମଝିରେ ପଶି ଆସିବାରୁ ମା’ଦେହରେ ଗୁଳି ବାଜିଥିଲା। ଫଳରେ ରକ୍ତ ଜୁଡୁବୁଡୁ ହୋଇ ମା ତଳେ ପଡ଼ି ଯାଇଥିଲା। ଗୁରୁତର ଆହତ ଅବସ୍ଥାରେ ମା’କୁ ଦଶପଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ବଡ଼ ପୁଅକୁ ପୁଲିସ ଅଟକ ରଖି ପଚରା ଉଚୁରା କରୁଛି।
ପୁଅର ଗୁଳି ମାଡ଼ରେ ମା ଗୁରୁତର ଆହତ
