କଟକ ୨୩/୦୪/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ କଟକ ଓ ମାନସିକ ସ୍ଵାସ୍ଥ୍ୟ ପ୍ରତିଷ୍ଠାନ,କଟକ ମିଳିତ ଆନୁକୁଲ୍ୟରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମାନସିକ ସ୍ଵାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଜୟ କୁମାର ମିଶ୍ର ସଭାପତିତ୍ବ କରିଥିଲେ। ଆଇନ୍ ସେବା ପ୍ରାଧୀକରଣ,କଟକ ସଚିବ ଶ୍ରୀ ଜଗଦିଶ ଚନ୍ଦ୍ର ଜେନା , ଆଇନଜୀବୀ ଶ୍ରୀ ବିଜୟ କୁମାର ପଣ୍ଡା ଓ ରଜନୀକାନ୍ତ ଦାଶ ଯୋଗ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମାନସିକ ସ୍ଵାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅଜୟ କୁମାର ମିଶ୍ର ଅତିଥିମାନଙ୍କୁ ସ୍ବାଗତ କରିବା ସହିତ ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ଅଭିଭାଷଣ ପ୍ରଦାନ କରିଥିଲେ। ସେହିପରି ଆଇନ୍ ସେବା ପ୍ରାଧୀକରଣ ସଚିବ ଶ୍ରୀ ଜଗଦିଶ ଚନ୍ଦ୍ର ଜେନା ଆଇନ ସେବା ସହାୟତା ଉପରେ ଆଲୋକପାତ କରିଥିଲେ।
ଆଇନଜୀବୀ ଶ୍ରୀ ବିଜୟ କୁମାର ପଣ୍ଡା କାର୍ଯ୍ୟ ସ୍ଥଳରେ ମହିଳା ମାନଙ୍କ ଉପରେ ହେଉଥିବା ହିନ୍ସା ନିବାରଣ ନିଷେଧ ଓ ପ୍ରତିକାର ଆଇନ୍ ୨୦୧୩ ଉପରେ ଆଲୋକପାତ କରିଥିଲେ। ଆଇନଜୀବୀ ଶ୍ରୀ ରଜନୀକାନ୍ତ ଦାଶ ଏଫ୍ ଆଇ ଆର,ବେଲ୍,ଅପିଲ ,ସମନ, ଓରଣ୍ଟ ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଶେଷରେ ଡଃ ଜତିନ୍ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
