ବିଶ୍ୱ ଫାର୍ମାସିଷ୍ଟ ଦିଵସ ପାଳିତ

କଟକ,୨୭/୦୯/୨୦୨୬( ଓଡିଶା ସମାଚାର / ଅଭୟ ଜେନା )-ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପ୍ରତି ତ୍ୟାଗ, ସମର୍ପଣ ଓ ପ୍ରତିବଦ୍ଧତା ଫାର୍ମାସିଷ୍ଟ ମାନଙ୍କ କର୍ତ୍ତବ୍ୟ ର ଅସ୍ମିତା ବୋଲି ବିଶ୍ବ ଫାର୍ମାସିଷ୍ଟ ଦିଵସ ଅବସରରେ ଅତିଥି ମାନେ ମତ ପୋଷଣ କରିଛନ୍ତି। ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କର୍ମଚାରୀ ସଂଘ, ଓଡ଼ିଶା, କଟକ ଆନୁକୁଲ୍ୟରେ କଟକ ଡଗରପଡ଼ା ସ୍ୱାମୀ ବିଚିତ୍ରାନନ୍ଦ କଲ୍ୟାଣ ଆଶ୍ରମ ପରିସରରେ ଏହି ଉପଲକ୍ଷେ ବୃକ୍ଷରୋପଣ, ଅନ୍ତେବାସୀ ଙ୍କୁ ଫଳ ବଣ୍ଟନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠିତ ସଭା କାର୍ଯ୍ୟକ୍ରମ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଜଗନ୍ନାଥ ପ୍ରସାଦ ଦାଶ ଙ୍କ ସଂଯୋଜନା କ୍ରମେ ବରେଣ୍ୟ ଅତିଥି ଭାବେ ଆଶ୍ରମ ତତ୍ତ୍ୱାବଧାରକ ପ୍ରଜ୍ଞା ସରସ୍ୱତୀ, ରାଜ୍ୟ ସାଧାରଣ ସମ୍ପାଦକ ଅବିନାଶ ସାହୁ, ଜିଲ୍ଲା ସଭାପତି ଅଭିଷେକ ଜେନା, ଜିଲ୍ଳା ସଂପାଦିକା ଅଲିଭା ରାଉତ ପ୍ରମୁଖ ଯୋଗଦାନ କରି ଉକ୍ତ ଦିଵସ ର ତାତପର୍ଯ୍ୟ ବିଷୟରେ ଅବଗତ କରାଇଥିଲେ। ପ୍ରାରମ୍ଭ ରେ ଅତିଥି ମାନେ ଆଶ୍ରମ ପରିସରରେ ଥିବା ବରପୁତ୍ର ଙ୍କୁ ମାଲ୍ୟାର୍ପଣ କରିଥିଲେ। ସଂଘ ର ରାଜ୍ୟ ସଭାପତି ସତ୍ୟ ରଞ୍ଜନ ବେହେରା ଙ୍କ ପ୍ରବର୍ତ୍ତନ କ୍ରମେ ସଭାକାର୍ଯ୍ୟ ପରିଚାଳନା ରେ ଜିଲ୍ଲା ଉପଦେଷ୍ଟା ମାନସ ରଞ୍ଜନ ନାୟକ, ବନପ୍ରୀୟା ଦାସ, ଅମିୟ କୁମାର ସାମଲ, ସତ୍ୟବ୍ରତ ପଣ୍ଡା, ଦୀପକ କୁମାର ପଣ୍ଡା, ସୁମିତ୍ରା ଲେଙ୍କା, ପ୍ରିୟମ୍ବଦା ବଳ, ଅଙ୍କିତ କୁମାର ବିଶ୍ୱାଳ, ବିଶ୍ୱରଞ୍ଜନ ପଲେଇ, ରଶ୍ମି ରଞ୍ଜନ ରାଉତ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ସଂଘ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଶେଷରେ ଅନିମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *