ଭୁବନେଶ୍ୱର,୨୦/୧୦/୨୦୨୪ (ଓଡ଼ିଶା ସମାଚାର)- ଗତ ୧୯୯୯ ମସିହାରୁ ଅକ୍ଟୋବର ମାସରେ ଓଡ଼ିଶା ଦେଖିଲାଣି ଏକାଧିକ ବାତ୍ୟା । ୧୯୯୯ ଅକ୍ଟୋବର ୨୯ରେ ହୋଇଥିବା ପ୍ରଳୟଙ୍କରୀ ମହାବାତ୍ୟାରେ ଛିନଛିତ୍ର ହୋଇଥିଲା ଓଡ଼ିଶାର ପୂର୍ବ ଉପକୂଳର ବହୁ ଇଲାକା । ୧୯୯୯ ର ମହାବାତ୍ୟା ପରେ ୨୦୧୩ ଅକ୍ଟୋବରରେ ‘ଫାଇଲିନ୍’ । ପୁଣି ୨୦୧୪ ଅକ୍ଟୋବର ରେ ‘ହୁ଼ଡହୁଡ୍’ । ୨୦୧୮ ଅକ୍ଟୋବର ରେ ‘ତିତଲି’ । ଏବେ ପୁଣି ସେହି ଅକଟୋବରରେ ଆଉ ଏକ ବାତ୍ୟା ‘ଦାନା’ ମୁଣ୍ଡ ଟେକୁଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ଓଡ଼ିଶା ଉପରେ ଏହା କି ପ୍ରଭାବ ପକାଇବ, ତାହା ବର୍ତମାନ ଜଣାପଡ଼ିନାହିଁ । ବର୍ତମାନ ସମୁଦ୍ରରେ ଦାନା ବାନ୍ଧୁଛି ‘ଦାନା’ ନାମକ ଆଉ ଏକ ବାତ୍ୟା । କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଯଦି ବାତ୍ୟାର ରୂପ ନିଏ, ତେବେ ଏହାର ନାମ ରହିବ ‘ଦାନା’ । ଉତ୍ତର ଭାରତ ମହାସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ନାମ ତାଲିକା ଅନୁସାରେ, ଏହାର ନାମ ‘ଦାନା’ ରହିବ ବୋଲି କୁହାଯାଉଛି । କାତାର୍ ପକ୍ଷରୁ ଏହି ନାମକରଣ କରାଯାଇଛି । ଆରବୀ ଭାଷାରେ ‘ଦାନା’ର ଅର୍ଥ ନିଖୁଣ ଓ ମୂଲ୍ୟବାନ ମୋତି ବା ମୁକ୍ତା ବୋଲି କୁହାଯାଉଛି । ପୁଣି ସେହି ଅକ୍ଟୋବର ମାସରେ ଓଡ଼ିଶାକୁ ବାତ୍ୟା ଭୟ ।
ପୁଣି ସେହି ଅକ୍ଟୋବର ରେ ସମୁଦ୍ରରେ ଦାନା ବାନ୍ଧୁଛି ‘ଦାନା’ ନାମକ ଆଉ ଏକ ବାତ୍ୟା
