ଭୁବନେଶ୍ୱର, ୨୪/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନୀୟ ଶିଖରଚଣ୍ଡୀ ଠାରେ ରାଷ୍ଟ୍ରୀୟ କ୍ଷତ୍ରିୟ ମହାସଂଘ ସଭାପତି ରାମଚନ୍ଦ୍ର ସୁରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି।
ବୈଠକରେ କ୍ଷତ୍ରିୟ ମହାସଂଘର ଭବିଷ୍ୟତ କାର୍ୟ୍ୟପନ୍ଥା ଏବଂ “ଜାତି ମୋର ସାଥି” କାର୍ୟ୍ୟକ୍ରମକୁ ଦୃଢିଭୂତ କରିବା ପାଇଁ ସଂସ୍ଥାପକ ହରିହର ରାଉତ, ସମ୍ପାଦକ ବିଜୟ କୃଷ୍ଣ ପାତ୍ର, ଜିଲ୍ଲା ସଭାପତି ରୂପା ପ୍ରଧାନୀ, ମହିଳା ମୋର୍ଚ୍ଛାର ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ରାୟ ଉଦବୋଧନ ଦେଇଥିଲେ।
ଜଗତସିଂହପୁର ଜିଲ୍ଲା ସଭାପତି ଜୋତ୍ସାରାଣୀ ମୁଦୁଲି, ଘନ ବିସି, କେଦାରନାଥ ସାହୁ, ଉପଦେଷ୍ଟା ଅଶୋକ ଚନ୍ଦ୍ର ଲେଙ୍କା, କୋଷାଧ୍ୟକ୍ଷ ସଞ୍ଜୟ କୁମାର ଖଟୁଆ, ଆଇନ ପରାମର୍ଶଦାତା ସୁଶାନ୍ତ କୁମାର ବରାଳ, ଜିଲ୍ଲା ସଭାପତି ଶୁସାନ୍ତ କୁମାର ମହାନ୍ତି, ସଦସ୍ୟ ମନ୍ମଥ କୁମାର ଲେଙ୍କାଙ୍କ ସମେତ ବହୁ ସଦସ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆସନ୍ତା ଫେବୃୟାରୀ ମାସ ଶେଷ ସପ୍ତାହରେ ପୁରୀ ଠାରେ ଦୁଇ ଦିନିଆ ବାର୍ଷିକ ବୈଠକ କରାଯିବା ପାଇଁ ସ୍ଥିର କରାଯାଇ ସଭାସାଙ୍ଗ ହୋଇଥିଲା।
