କନ୍ଦରପୁର ସେଣ୍ଟ ଜାଭିୟର ହାଇସ୍କୁଲର ପରୀକ୍ଷା ଫଳ ଶତପ୍ରତିଶତ 

କଟକ ସଦର ,୧୮/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର କଲେଜ ରୋଡ଼ ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ସେଣ୍ଟ ଜାଭିୟର୍ ହାଇସ୍କୁଲର ଚଳିତ ଦଶମ ସିଵିଏସଇ ପରୀକ୍ଷା ଫଳ ଶତପ୍ରତିଶତ ହୋଇଥିବା ଜଣାପଡିଛି। ଏଥିରେ ପ୍ରିୟମ୍ବଦା ମହାପାତ୍ର ୯୨% ନମ୍ବର ରଖି ବିଦ୍ୟାଳୟର ଟପ୍ପର ହୋଇଥିବା ବେଳେ ଅନ୍ୟ ସମସ୍ତ ପରୀକ୍ଷାର୍ଥୀ ୬୦% ରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଏଥିପାଇଁ ହାଇସ୍କୁଲର ପରିଚାଳନା ନିର୍ଦ୍ଦେଶିକା ବୈଜୟନ୍ତୀ ଜେନା, ପ୍ରତିଷ୍ଠାତା ସଂପାଦକ ନରେଶ ଚନ୍ଦ୍ର ଜେନା, ଅଧ୍ୟକ୍ଷ ପ୍ରଫେସର ଖଲିକୁଜ ଜମାନ ଖାଁ ପ୍ରମୁଖ କୃତକାର୍ଯ୍ୟ ହୋଇଥିବା ସମସ୍ତ ପରୀକ୍ଷାର୍ଥୀ ମାନଙ୍କ ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉତ୍ତମ ଶିକ୍ଷାଦାନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *