ଜୟରାଷ୍ଟ୍ର ପକ୍ଷରୁ ଗୀତା ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା,୨୪/୧୨/୨୦୨୩ (ଓଡ଼ିଶା ସମାଚାର)- ସାମାଜିକ ସଂଗଠନ “ଜୟ ରାଷ୍ଟ୍ର” ପକ୍ଷରୁ ସ୍ଥାନୀୟ ଗୋପସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଧର୍ମଗ୍ରନ୍ଥ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି । ପୌଷ ଶୁଳ୍କ ତ୍ରୟୋଦଶୀ ତିଥିରେ ଆୟୋଜିତ ଏହି ଆଧ୍ୟାତ୍ମିକ ଉତ୍ସବରେ ବାବା ଗୁରୁକୃଷ୍ଣ ଦାସ ଗୀତା ପାଠ କରିବା ସହ ଉପସ୍ଥିତ ଶ୍ରୋତାଙ୍କୁ ଗୀତା ମାହାତ୍ମ୍ୟ ସମ୍ପର୍କରେ ବୁଝାଇଥିଲେ । ଏହି ଅବସରରେ ଗୀତା ପୂଜନ କରାଯାଇଥିଲା ।   ଜୟ ରାଷ୍ଟ୍ରର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଗୀତା ଜୟନ୍ତୀ କାର୍ଯ୍ୟକ୍ରମରେ ରଶ୍ମି ରଞ୍ଜନ ସ୍ୱାଇଁ, ବିରେନ୍ଦ୍ର ଦାସ, ନିରଞ୍ଜନ ମହାରଣା, ଜ୍ଞାନ ରଞ୍ଜନ ଦାସ, ରଶ୍ମି ରଞ୍ଜିତା ମହାରଣା, ଅର୍ପିତ ପଣ୍ଡା, ଆକାଶ ଚନ୍ଦ୍ର ବିଶ୍ୱାଳ, ବିଶ୍ୱ ପ୍ରକାଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ ପ୍ରତି ପରିବାରରେ ଗୀତା ଜୟନ୍ତୀ ପାଳନ ପାଇଁ ଅନୁଷ୍ଠାନ ପକ୍ଷରୁ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତିି ନିଆଯାଇଛି ।

Leave a Reply

Your email address will not be published. Required fields are marked *