ଠିକାଦାର ଠକିବାକୁ ଯୋଜନା କରିଥିଲା: ଯନ୍ତ୍ରୀ କାର୍ଯ୍ୟ ବନ୍ଦ କରିଦେଲେ

ନିରାକାରପୁର, ୪/୭/୨୦୨୪ (ଓଡ଼ିଶା ସମାଚାର)- ତରବରିଆ ଭାବେ ବର୍ଷା ଆସିବା ପରେ କେନାଲ ରେ ଜେସିବି ମେସିନ ପୁରାଇ ଉପରେ ଉପରେ ଧର୍ମକୁ ଆଖି ଠାର ମାରି ସୁନ୍ଦର କରି ଅମରି ବଣକୁ ସଫା କରି ଲକ୍ଷ ଲକ୍ଷ ଟଙ୍କା ବିଲ କରି ଠକିବାକୁ ବସିଥିବା  ଠିକାଦାରକୁ ଅଧାରୁ କାମରୁ ଯନ୍ତ୍ରୀ ବିଦା କରିଥିବା ଜଣାପଡିଛି।। ଘଟଣା ଟି  ଘଟିଛି ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ମଲାଗୁଣୀ ବ୍ୟାରେଜ ରୁ ବାହାରି ନିରାକାରପୁର ଆଡ଼କୁ ଯାଇଥିବା କେନାଲରେ। ଠିକାଦାର ଜଣକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଧିନସ୍ଥ ଏହି କେନାଲରୁ ଅମରି ବଣ ସଫା କରି ବର୍ଷା ବେଳେ ତରବରିଆ ଭାବେ କାର୍ଯ୍ୟ କରିବା ପାଇଁ ୩ ଦିନ ତଳେ

ରାମେଶ୍ବର ଗାଁ ମୁଣ୍ଡ ପୋଖରୀ ନିକଟରୁ କେନାଲ ରେ ଜେସିବି ମେସିନ ଭର୍ତି କରି ଅଳ୍ପ କିଛି ଅଳିଆ ଆବର୍ଜ୍ଜନା ସଫା କରିବା ସହିତ ଠକିବା ପାଇଁ କଡ଼ ଗୁଡ଼ିକ ସୁନ୍ଦର ଭାବେ ଲେବୁଲ କରି କାର୍ଯ୍ୟ କରୁଥିବାବେଳ ଏ ବିଷୟରେ ବିଭାଗୀୟ କିଛି ଲିଖିତ ନିର୍ଦ୍ଦେଶ ନ ପାଇ ଥିବାରୁ କାର୍ଯ୍ୟକୁ ବନ୍ଦ କରିଥିବା ଯନ୍ତ୍ରୀ ଶ୍ରୀ ରାୟ ଜଣାଇଛନ୍ତି। ସେ କହିବା କଥା ବର୍ତ୍ତମାନ ଏହି କେନାଲ ରେ ଜଣେ ଠିକାଦାର ସିମେଣ୍ଟ କଂକ୍ରିଟ ଢଳେଇ କାର୍ଯ୍ୟ କରୁଛନ୍ତି ସେ ଏହି କାର୍ଯ୍ୟକୁ କରିବେ ।ତେଣୁ ତାଙ୍କ ଅଗୋଚରରେ ଠକିବା ଚିନ୍ତା ଧାରା ରଖୁଥିବା ଠିକାଦାରକୁ ଏ କାର୍ଯ୍ୟ କରିବାକୁ ବାରଣ କରିଛନ୍ତି।

Leave a Reply

Your email address will not be published. Required fields are marked *