ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ଶପଥପାଠ ଏବଂ ରେଙ୍ଗାଲି କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା,୨୮/୧୦/୨୦୨୫(ଓଡ଼ିଶା ସମାଚାର)- ଦୁର୍ନୀତି ନିବାରଣ ସଚେତନନା ସପ୍ତାହ (୨୭ଅକ୍ଟୋବର -୨ନଭେମ୍ବର) ପାଳନ ଅବସରରେ ସାଧୁତା ଶପଥ ପାଠ କରାଯାଇଛି । ଏହି ଉପଲକ୍ଷେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଅଧିକାରୀ /କର୍ମଚାରୀଙ୍କୁ ଓସ୍ୱାନ ପ୍ଲାଟଫର୍ମରେ ସାଧୁତାର ଶପଥ ପାଠ କରାଇଛନ୍ତି ।

ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଓସ୍ୱାନ ସମ୍ମିଳନୀ କକ୍ଷରେ ଜିଲାପାଳ ରଘୁରାମ ଆର. ଆୟର, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଭିଜିଲାନ୍ସ ଡିଏସପି ଭାଗ୍ୟଲକ୍ଷ୍ମୀ ପୁହାଣଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ ଏବଂ କର୍ମୀଚାରୀ ମାନେ ଉପସ୍ଥିତ ରହି ସାଧୁତାର ଶପଥ ପାଠ କରିଥିଲେ । ଅପରାହ୍ନରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ କାର୍ଯ୍ୟାଳୟର ସମସ୍ତ କର୍ମୀଚାରୀମାନଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ ।

ଏହାସହିତ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅବସରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସ୍ଥାନୀୟ ତୁଳସୀ ମହିଳା ମହାବିଦ୍ୟାଳୟରେ ରେଙ୍ଗାଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କୃତି ପ୍ରତିଯୋଗୀଙ୍କୁ ଆସନ୍ତା ୧ ତାରିଖରେ ହେବାକୁ ଥିବା ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ।

Leave a Reply

Your email address will not be published. Required fields are marked *