ସାଲେପୁର ରେ ଆବାସ  ଯୋଜନା ଦିଗହରା

ସାଲେପୁର,୨୨/୦୯/୨୦୨୬( ଓଡିଶା ସମାଚାର /ଅଭୟ ଜେନା) ଅସହାୟ, ଗରିବ, ଦିନମଜୁରିଆ, ଶ୍ରମିକ କ୍ଷୁଦ୍ର ଚାଷୀ ମାନଙ୍କ ପାଇଁ ବାସଗୃହ ନିର୍ମାଣ ନିମିତ୍ତ କଂଗ୍ରେସ ସରକାର ଅମଳରୁ ଆରମ୍ଭ ହୋଇଥିବା ଇନ୍ଦିରା ଆବାସ ଯୋଜନା, ପରବର୍ତ୍ତୀ ଏନଡିଏ ସରକାର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ )ମାଧ୍ୟମ ଯୋଗ୍ୟ ହିତାଧିକାରୀ ଙ୍କୁ ମାଗଣା ରେ ବାସଗୃହ ଯୋଗାଇ ଦେବା ଉଦେଶ୍ୟରେ ଏହି ସୁନ୍ଦର ଯୋଜନା ଟି କଟକ ଜିଲ୍ଲା ସାଲେପୁର ବ୍ଲକ ଅଂଚଳ ରେ ଦିଗହରା ହୋଇଯାଇଛି ।

କେନ୍ଦ୍ର ସରକାର ରାଜ୍ୟ ସରକାର ଙ୍କୁ ଏହି ଯୋଜନାରେ କୋଟି କୋଟି ଟଙ୍କାର ଅନୁଦାନ ରାଶି ପ୍ରଦାନ କରୁଥିବା ସ୍ଥଳେ ସାଲେପୁର ବ୍ଲକ ରେ ସଠିକ ହିତାଧିକାରୀ ଚି଼ହ୍ନଟ ନ ହେବାରୁ ବିନିଯୋଗ ରେ ପ୍ରଶ୍ନ ଉଠାଇ ଅଭିଯୋଗ ଆଣିଛନ୍ତି ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଚିତ୍ତ ରଞ୍ଜନ ମହାନ୍ତି ।  ସେ ଏକ ବିବୃତ୍ତି ରେ ଦର୍ଶାଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ )ରେ ହିତାଧିକାରୀ ଚୟନ ନିମନ୍ତେ ସରକାର ଏକ ମାର୍ଗଦର୍ଶିକା ଦେଇଛନ୍ତି । ଏଥିରେ ବିଡିଓ, ଏବିଡିଓ,ସହକାରୀ ଯନ୍ତ୍ରୀ, ଯନ୍ତ୍ରୀ, ସମ୍ପ୍ରସାରଣ ଅଧିକାରୀ, ପଂଚାୟତ ନିର୍ବାହୀ ଅଧିକାରୀ ମାନେ କେତେ ପ୍ରତିଶତ କେଉଁ ଅଧିକାରୀ ମାନେ ପତ୍ୟକ୍ଷ୍ୟ ଭାବେ ତାର ହିସାବ ସ୍ଥିରୀକୃତ ହୋଇଛି । ଯାହାକି ଉକ୍ତ ବ୍ଲକ ରେ ଅନୁପାଳନ ହୋଇନାହିଁ ।

ତଳିଆ କର୍ମଚାରୀ ମାନଙ୍କ ଦ୍ୱାରା ଏହି ତଦନ୍ତ ପ୍ରକ୍ରିୟା କରାଯାଇଛି ଏବଂ ଅନୁମୋଦନ ପାଇଁ ଜିଲ୍ଲା ପ୍ରଶାସନ କୁ ଦିଆଯାଇଛି । ଅନେକ ପଂଚାୟତ ରେ ତଳିଆ କର୍ମଚାରୀ ମାନେ କେତେକ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିବିଶେଷ ଙ୍କ ଇଙ୍ଗିତ ରେ ତାଲିକା ପ୍ରସ୍ତୁତ କରିଛନ୍ତି । ଯାହା ଫଳରେ ଅନେକ ଯୋଗ୍ୟ ହିତାଧିକାରୀ ଏଥୁରୁ ବଂଚିତ ହେବେ । ବିଶେଷ କରି ପ୍ରକୃତ ହିତାଧିକାରୀ ଙ୍କୁ ଯଦି ଆବାସ ଯୋଜନାରେ ସାମିଲ କରା ନଯାଏ ତେବେ ଆନ୍ଦୋଳନ।ତ୍ମକ ପନ୍ଥା ବାଛିବା ସହିତ ମାନ୍ୟବର ଉଚ୍ଚ ନ୍ୟାୟ।ଳୟ ଯିବାକୁ ବାଧ୍ୟ୍ୟ ହେବୁ ବୋଲି ସେ କହିଛନ୍ତି  ।

Leave a Reply

Your email address will not be published. Required fields are marked *