ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଶୁଭା ଶର୍ମାଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର,୦୨/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭ ଶର୍ମା ଆଜି ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ସକାଳେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶର୍ମା ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ବରିଷ୍ଠ ଅଧିକାରୀମାନେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶର୍ମାଙ୍କୁ ସାକ୍ଷାତ କରି ନିଜ ନିଜର ପରିଚୟ ପ୍ରଦାନ ସହ ବିଭାଗୀୟ ଦାୟିତ୍ୱ ବିଷୟରେ ତାଙ୍କୁ ଅବଗତ କରାଇଥିଲେ । ଶ୍ରୀମତୀ ଶର୍ମା ବିଭିନ୍ନ କାର୍ଯ୍ୟ ସଂପର୍କରେ ବୁଝି ସମସ୍ତଙ୍କୁ ବିଭାଗୀୟ

ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ପରାମର୍ଶ ଦେଇଥିଲେ । ଅଧିକାରୀମାନଙ୍କୁ ଜାନୁଆରୀ ମାସରେ କ୍ଷେତ୍ର ପରିଦର୍ଶନ ପାଇଁ ଯୋଜନା କରିବାକୁ ଶ୍ରୀମତୀ ଶର୍ମା କହିଛନ୍ତି । ବିଭିନ୍ନ ଯୋଜନାର ସୂକ୍ଷ୍ମସ୍ତରୀୟ ଅନୁଧ୍ୟାନ ଓ ପର୍ଯ୍ୟବେକ୍ଷଣ ସହ ଚଳିତ ଜାନୁଆରୀ ମାସରେ ବିଭାଗ ସଂଯୋଜନାରେ ରାଜ୍ୟ, ଜିଲ୍ଲା ଓ ଡିଭିଜନ ସ୍ତରରେ ପାଳନ ହେବାକୁ ଥିବା ପାଣି ପଞ୍ଚାୟତ ପକ୍ଷ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମର ସଫଳ ଆୟୋଜନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ଆଜି ଶ୍ରୀମତୀ ଶର୍ମା ଜଳ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଯୋଗଦାନ ସମୟରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ନରହରି ସେଠୀ, ନିର୍ଦ୍ଦେଶକ ଓ ପଦ ପ୍ରଯୁକ୍ତ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହେରା, ବିଶେଷ କାର୍ଯ୍ୟ ଅଧିକାରୀ ତଥା ସର୍ବୋଚ୍ଚ ଯନ୍ତ୍ରୀ ଡଃ. ଚନ୍ଦ୍ରଶେଖର ପାଢ଼ୀ, ସର୍ବୋଚ୍ଚ ଯନ୍ତ୍ରୀ, ଆନ୍ତରାଜ୍ୟ ବିଭୀତି ଦାଶ, ଅର୍ଥପରାମର୍ଶ ଦାତ୍ତା ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସମିତା ସାହୁ, ଅର୍ଥପରାମର୍ଶ ଦାତ୍ତା ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ବନିତା ସେଠୀ, ଅତିରିକ୍ତ ଶାସନ ସଚିବ ଟି. ସୁଜାତା ରାଓ, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଆରତୀ ରାଉତ, ଅତିରିକ୍ତ ଶାସନ ସଚୀବ ଲୀନା କୁମାରୀ ଖେସ, ଅତିରିକ୍ତ ଶାସନ ସଚିବ ଶ୍ରୀ ରଶ୍ମିରଞ୍ଜନ ନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀ ସୁବ୍ରତ ନାୟକ, ମୁଖ୍ୟ ଯନ୍ତ୍ରୀ ଶ୍ରୀ ଦିଲୀପ ରାଉତ ଏବଂ ଶ୍ରୀ ପୂର୍ଣଚନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ଥିଲେ ।

-0-

ସାଗରିକା ପ୍ରିୟଦର୍ଶିନୀ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *