ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା ସମାରୋହ

କିଶନନଗର, ୧୪/୦୨/୨୦୨୪ ( ଓଡିଶା ସମାଚାର /ଅଭୟ ଜେନା )-  କଟକ ସଦରନିର୍ବାଚନ ମଣ୍ଡଳୀ ର ୪୨ ମୌଜା ଉପକଣ୍ଠ  କୂଳସରିଚୁଆଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ – ୨୦୨୪ ପାଳନ ଅବସରରେ ଆଲୋଚନ ଚକ୍ର, ସମ୍ବର୍ଦ୍ଧନା ସଭା ସରପଂଚ ବନମାଳୀ ବିହାରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କୂଳସରିଚୁଆଁ ଉଚ୍ଚ ବିଦ୍ୟାଳୟ ଓ ମହେନ୍ଦ୍ର ସ୍ମୃତି  ନୀଳକଣ୍ଠନାଥ ବିଦ୍ୟାପୀଠ ବରାଳର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିବାସହ ସେମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପ୍ରିୟା ପ୍ରିୟଦର୍ଶିନୀ ରାଉଳ,ଅମ୍ରିତା ପ୍ରିୟଦର୍ଶିନୀ ବେଉରା,ଅଗ୍ନୀଶ୍ରୀ ପଣ୍ଡା ପର୍ଯ୍ୟାୟକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଲାଭ କରିଛନ୍ତି । ଏହି ସାହିତ୍ୟ ମହା କୁମ୍ଭରେ ଶିକ୍ଷାବିତ୍ ପ୍ରାଣକୃଷ୍ଣ ମହାରଣା, ନାଟ୍ୟକାର ପବିତ୍ର ମୋହନ ପ୍ରଧାନ, ଶିକ୍ଷାବିତ୍ କାର୍ତ୍ତିକ ଚଂଦ୍ର ସାହୁ, ଜିଆରଏସ୍ ତଥା ସୁବକ୍ତା ଅକ୍ଷୟ କୁମାର ଶତପଥୀ, ନାଏବ ସରପଂଚ ଅମିତା ସାହୁ,କୂଳସରିଚୁଆଁ ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ଅଲିଭା ସ୍ୱାଇଁ,କ୍ରୀଡ଼ା ଶିକ୍ଷକ ମିହିର୍ ରଞ୍ଜନ ନାୟକ,ସାହିତ୍ୟିକ ଇଂ.ସେବକ ଶ୍ରୀକାନ୍ତ ପ୍ରମୁଖ ଯୋଗଦାନ କରି ଓଡ଼ିଆ ଭାଷା ସାହିତ୍ୟ ଉପରେ ଆଲୋକପାତ କରିଥିଲେ । ଏହି  ସମ୍ବର୍ଦ୍ଧନା ସଭାରେ ଓଡିଆ ଭାଷା,ସାହିତ୍ୟ,ସଂସ୍କୃତି ସୁରକ୍ଷା ଓ ପ୍ରଚାର ପ୍ରସାର ଦିଗର ଉଲ୍ଲେଖନୀୟ କୃତିତ୍ବ ପାଇଁ ବରିଷ୍ଠ ସାହିତ୍ୟିକ ସୁଦାମ ଚରଣ ବେହେରା,ନାଟ୍ୟକାର ପବିତ୍ର ମୋହନ ପ୍ରଧାନ,ବରିଷ୍ଠ ଶିକ୍ଷାବିତ୍ ପ୍ରାଣକୃଷ୍ଣ ମହାରଣା,ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ ସଦସ୍ୟ ପ୍ରାବନ୍ଧିକ ଇଂ.ସେବକ ଶ୍ରୀକାନ୍ତ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା ।

Leave a Reply

Your email address will not be published. Required fields are marked *