କଟକ ସଦର, ୦୮/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ ଵମ୍ଵୁରି ଗ୍ରାମରେ ଆଜି ଗୁରୁବାର ଦିନ ନୂତନ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଵଜରଙ୍ଗଵାଲି ଙ୍କ ନୂତନ ବିଗ୍ରହଙ୍କୁ ଜୀବନ୍ୟାସ ପରେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ମନ୍ଦିର ରେ ସିଂହାସନ ଆରୋହଣ କରାଯାଇଥିଲା।

ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ (ଟୁଟନ) ପ୍ରମୁଖ ଯୋଗ ଦେଇ ହନୁମାନଙ୍କୁ ନୂତନ ମନ୍ଦିରରେ ଦର୍ଶନ କରି ଆଶ୍ରିର୍ଵାଦ ଭିକ୍ଷା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୋଦ ରାଉତ, ବିଘ୍ନେଶ୍ୱର ରାଉତ, ନୃସିଂହ ସାହୁ, ଯୋଗେନ୍ଦ୍ର ଭୋଇ,ରମେଶ ସାହୁ, ପ୍ରକାଶ ସାହୁ,ମନୋଜ ଭୋଇ, ସିଦ୍ଧାନ୍ତ ଭୋଇ, ଉମାକାନ୍ତ ଭୁୟାଁ,ପିୟୁଶ ରଞ୍ଜନ ପରିଡା ଙ୍କ ସମେତ ଗ୍ରାମବାସୀ ମାନେ ସହାୟତା ପ୍ରଦାନ କରିଥିଲେ। ସଂଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି।
