କଟକ ସଦର , ୧୪/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- କଟକ କମିଶନରେଟ କନ୍ଦରପୁର ଥାନାର ନୁଆ ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଭାବେ ଭୁବନେଶ୍ୱର ଚନ୍ଦକା ଥାନାରୁ ଵଦଳିହୋଇ ଆସିଥିବା ରାଧାକାନ୍ତ ସାହୁ ଇତିମଧ୍ୟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏଠାରେ କାର୍ଯ୍ୟରତ ଥିବା ଆଇଆଇସି ଵିପିନ ବିହାରୀ ହୋତାଙ୍କର ଭଞ୍ଜନଗର କୁ ଵଦଳି ହୋଇଥିବା ଜଣାପଡିଛି । ବରଗଡ଼ ଜିଳ୍ଲାର ମୂଳ ବାସିନ୍ଦା ଶ୍ରୀ ସାହୁ କାର୍ଯ୍ୟଭାର ଗ୍ରହଣ କରିବା ପରେ କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ସୈ।ଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଆଇନ୍ ଶୃଙ୍ଖଳା ପରିସ୍ଥିତି ସହ ଜନସାଧାରଣଙ୍କ ମୈ।ଳିକ ସମସ୍ୟା ପ୍ରତି ପ୍ରାଥମିକତା ଦେଵେ ଵୋଲି ଶ୍ରୀ ସାହୁ କହିଛନ୍ତି ।
କମିଶନରେଟ କନ୍ଦରପୁର ଥାନାର ନୁଆ ଥାନାଧିକାରୀ ଭାବେ ଯୋଗଦେଲେ ରାଧାକାନ୍ତ ସାହୁ
