ରାଉରକେଲା, ୨୭/୦୧/୨୦୨୪ (ଓଡ଼ିଶା ସମାଚାର)-ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଧାମରା ସଂଘ ତା’ର ନିଜସ୍ଵ କାର୍ଯ୍ୟାଳୟରେ ପଞ୍ଚସ୍ତରୀତମ ଗଣତନ୍ତ୍ର ଦିବସ ମହା ସମାରୋହରେ ପାଳନ କରିଛି ।ଏହି ସମାରୋହରେ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରି କହିଲେ ଏ ଦେଶ ବହୁ ଦେଶପ୍ରେମୀଙ୍କର ଦେଶ,ସେଇ ଦେଶପ୍ରେମୀମାନଙ୍କ ତ୍ୟାଗ ଓ ବଳିଦାନ ଫଳରେ ଆମେ ଆଜି ସ୍ବାଧିନ ଦେଶର ସନ୍ତାନ। ସ୍ବାଧୀନତା ପରେ ଦେଶକୁ କିପରି ସୁଶୃଙ୍ଖଳିତ ବିକାଶ ପଥରେ ଆଗେଇ ନେଇହେବ , ତାହାହିଁ ଆମ ସମ୍ବିଧାନର ଲକ୍ଷ ।ଅନ୍ୟତମ ବକ୍ତା ଭାବେ ସଂଘର ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ନାୟକ ଆମ ସମ୍ବିଧାନ ପ୍ରଣୟନର ଇତିହାସ ବିଷୟରେ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ। ନିକଟସ୍ଥ ଶ୍ରୀ ରାମ କୃଷ୍ଣ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ସରସ୍ଵତୀ ପାତ୍ର,ସଞ୍ଜନା ଦାସ,ପି.ସୁତାର ଗଣତନ୍ତ୍ର ଦିବସ ଉପରେ ବକ୍ତୃତାମାଳା ରଖିଥିଲେ। ଶେଷରେ ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଭଗବାନ ରାଉତ ଆମ ସମ୍ବିଧାନର ଲକ୍ଷ,ଦିଗ ଓ ଦିଗନ୍ତକୁ ନେଇ ଏକ ସୁନ୍ଦର ଅଭିଭାଷଣ ରଖିବା ସହ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଅଭିଭାବକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ସୁଧାକର ଲେଙ୍କା, ରତିକାନ୍ତ ବେହେରା, ସୁରେନ୍ଦ୍ର ମୁଦୁଲି,ସାଥି ଚକ୍ରବର୍ତ୍ତୀ, ସୋନାଲି ତ୍ରିପାଠୀ ଏବଂ ସଂଘର କର୍ମକର୍ତ୍ତା ବାଳକୃଷ୍ଣ ସ୍ବାଇଁ, ଆଲୋକ ବେହେରା, କରୁଣାକର ମହାରଣା, ସଞ୍ଜୟ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଧାମରା ସଂଘ ରେ ଗଣତନ୍ତ୍ର ଦିବସ ପାଳିତ
