ଚୌଦ୍ୱାର ଜେଲ୍ ସୁପରିଟେଣ୍ଟେଣ୍ଟ ସୁଜିତ୍ ରାଉଳ ଗିରଫ 

କଟକ ସଦର,୨୦/୦୯/୨୦୨୬ (ଓଡ଼ିଶା ସ/ବିଷ୍ଣୁ ବେହେରା): କିଛି ଦିନ ହେଲା ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଆଜି ରବିବାର ଦିନ ଗିରଫ ହେଲେ ଚୌଦ୍ୱାର  ଜେଲ ର ସୁପରିଟେଣ୍ଡେଣ୍ଟ ସୁଜିତ୍ ରାଉଳ। ତାଙ୍କୁ ମିନିଟ୍ ବୁକ୍ ଜାଲିଆତି ଘଟଣାରେ ଗିରଫ କରାଯାଇଥିବା ଜଣାପଡିଛି।

ଚୌଦ୍ୱାର ଜେଲ ରୁ କଏଦୀ ଫେରାର ଘଟଣାରେ ତାଙ୍କର ହାତ ଥିବା ନେଇ ଅଭିଯୋଗ ରହିଥିବାବେଳେ ଜେଲ ରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ତାଙ୍କର ହାତ ଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଗିରଫଦାରୀ କୁ ଏଡ଼ାଇବା ପାଇଁ ଶ୍ରୀ ରାଉଳ ସୁପ୍ରିମକୋର୍ଟ ରେ ଆଗୁଆ ଜାମିନ ଆବେଦନ କରିଥିଲେ। ହେଲେ ସେଠାରେ ନିରାଶ ହେବା ପରେ ପୋଲିସ ତାଙ୍କୁ ଆଜି ଗିରଫ କରିଛି।

Leave a Reply

Your email address will not be published. Required fields are marked *