ଶିକାର ବେଳେ ଅଘଟଣ, ଭିଣୋଇର ବନ୍ଧୁକ ଗୁଳିରେ ଶଳା ର ମୃତ୍ୟୁ

ଗଜପତି, ୧୬/୨୦୨୪ (ଓଡ଼ିଶା ସମାଚାର)- ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଶିକାର ବେଳେ ଭିଣୋଇର ବନ୍ଧୁକ ଗୁଳିରେ ଶଳା ର ମୃତ୍ୟୁ ଘଟିଛି ।ସୂଚନା ଅନୁଯାୟୀ, ରଜ ପାଇଁ ଗାଁରେ ଭୋଜି ଭାତ କରିବା ପାଇଁ ଗାଁର ପ୍ରାୟ ୧୦ଜଣ ଲୋକ ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ। ବାରହା ଶିକାର କରି ଗାଁରେ ଭୋଜି ଭାତର ଆସର ହୋଇଥାନ୍ତା। ହେଲେ ଶିକାରକୁ ଯାଇ ଭିଣୋଇ ଉଦୟ ନାୟକଙ୍କ ବନ୍ଧୁକ ଗୁଳିରେ ଶଳା କୈଳାସ ନାୟକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ମୋହନା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଉଦୟଙ୍କ ମୃତ ଶରୀର ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଏକ ଦେଶୀ ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *