୪୨ ମୈ।ଜା ଅଞ୍ଚଳର ଜଣାଶୁଣା ସମାଜସେବୀ ପତିତପାବନ ନାୟକଙ୍କ ପାଇଁ ସର୍ବଦଳୀୟ ସ୍ମୃତି ଚାରଣ ସଭା

କଟକ ସଦର,୩୧/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ୪୨ ମୈ।ଜା ଅଞ୍ଚଳର ସମସ୍ତ ସଂଗଠନ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ, ଅବସରପ୍ରାପ୍ତ ବରିଷ୍ଠ ବ୍ୟାଙ୍କ ଅଧିକାରୀ, ବିଶିଷ୍ଟ ସମାଜବାଦୀ,ଅଧ୍ୟାପକ ସ୍ୱର୍ଗତ ପତିତପାବନ ନାୟକଙ୍କ ପାଇଁ କୂଳ କଳପଡା ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ଏକ ସର୍ବଦଳୀୟ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ଵାଳଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତି ଚାରଣ ସଭାରେ ଅଭୟ ମହାପାତ୍ର,ଗୈ।ତମ ପରିଡ଼ା, ପ୍ରଦୀପ୍ତ ମହାପାତ୍ର, ସଂଜୀବ ବିଶ୍ୱାଳ,ବୁଲେଇ ବେହେରା, ଶେଖ୍ କଲ୍ଲିମୁଲା, ରୁଦ୍ରନାରାୟଣ ଦାସ, ରୋହିତ ସ୍ୱ।ଇଂ, ରବିନ୍ଦ୍ର ମହାପାତ୍ର, ବିଭୁତି ଭୁଷଣ ପରିଡ଼ା ପ୍ରମୁଖ ବହୁ ଗୁଣ ମୁଗ୍ଧ ବ୍ୟକ୍ତି ବିଶେଷ ଯୋଗ ଦେଇ ସ୍ୱର୍ଗତ ନାୟକଙ୍କ ଗୁଣାଵଳୀ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପିୟୁଷ ରଞ୍ଜନ ପରିଡ଼ା ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *