ଜଗତସିଂହପୁର ,୧୯/୦୯/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦେଶ କ୍ରମେ ବିରିଡି ବ୍ଲକ ଅନ୍ତର୍ଗତ ଅଢଙ୍ଗ ମଜୁରାଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦନୀୟାଲ ଲତିଫି ମାମଲର ଓଡ଼ିଆ ଅନୁବାଦ ଏବଂ ଜାତୀୟ ଆଇନ ସେବା ପ୍ରାଧୀକରଣର ଜାଗୃତି ଯୋଜନା ବିଷୟୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାରା ଲିଗାଲ ସ୍ବେଛାସେବୀ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ପାରା ଲିଗାଲ ସ୍ବେଛାସେବୀ ବିଭୁତି ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଚିବ ତାଙ୍କ ବକ୍ତବ୍ୟରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦନୀୟାଲ ଲତିଫି ମାମଲାର ଓଡ଼ିଆ ଅନୁବାଦ ଏବଂ ଜାତୀୟ ଆଇନ ସେବା ପ୍ରାଧୀକରଣର ଜାଗୃତି ଯୋଜନା ବିଷୟୟରେ ସଚେତନ କରାଇଥିଲେ ।
ଏହା ସହ ଉପସ୍ଥିତ ଜନସାଧାରଣଙ୍କ ଅଭିଯୋଗ ଶୁଣି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ଯଦି କୌଣସି ବ୍ୟକ୍ତି କିଛି ଅସୁବିଧାର ଶିକାର ହଉଥାନ୍ତି ତେବେ ଜାତୀୟ ଆଇନ ସେବା ପ୍ରାଧୀକରଣର ନିଶୁଳ୍କ ସହାୟକ ନମ୍ବର ୧୫୧୦୦ ରେ ଯୋଗାଯୋଗ କରିବାକୁ ସଚିବ କହିଥିଲେ । ସର୍ବଶେଷରେ ପାରା ଲିଗାଲ ସ୍ବେଛାସେବୀ ବିଭୁତି ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
