ଟଙ୍କା ଭର୍ତି ଆଟାଚି ଜବତ: ଜଣେ ଗିରଫ

ଜଟଣୀ,୧୮/୦୯/୨୦୨୬ (ଓଡ଼ିଶା ସମାଚାର)-ଖୋରଧା ରୋଡ଼ ରେଳ ଷ୍ଟେସନ ସମ୍ମୁଖରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କଠାରୁ ଟଙ୍କା ଭର୍ତିର୍ି ଆଟାଚି ଜବତ କରାଯାଇଥିବା ଖୋରଧା ରୋଡ଼ ଜିଆରପି ସୂଚନା ଦେଇଛି । ଜିଆରପି ଥାନାର ଭାରପ୍ରାପ୍ତ ଅଧିକାରୀ ଆର.ଶଙ୍କର ରାଓଙ୍କ ସୂଚନାନୁସାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଟ୍ରେନରୁ ଓହ୍ଲାଇ ଏକ ଆଟାଚି ଧରି ଷ୍ଟେସନ ବାହାରକୁ ଆସିଥିଲା । ଅଟୋରେ ଅନ୍ୟତ୍ର ଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଆରପିଏଫ୍ ତାଙ୍କୁ ପଚରାଉଚରା କରିଥିଲା ।

ପରେ ତାଙ୍କ ଆଟାଚି ଯାଂଚ କରାଯାଇଥିଲା । ଯାଂଚ ରେ ବ୍ୟାଗ ଭିତରୁ ବିଡ଼ା ବିଡ଼ା ନୋଟ ବାହାରିଥିଲା । ଆରପିଏଫ୍ ର ଏତଲା ଆଧାରରେ ଜିଆରପି ଥାନାରେ ଏକ ମାମଲା ରୁଜୁ କରାଯାଇଛି । ନଗଦ ୧ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଥିବା ଜିଆରପି ଥାନାଧିକାରୀ ସୂଚନା ଦେଇଛନ୍ତି । ଏହି ମାମଲାରେ ସମ୍ପୃକ୍ତ ଖୋରଧା ଜିଲା ଟାଙ୍ଗୀ ଥାନା ଅଧିନ ହାଟବରଡ଼ି କାଳିଜାଇ ସାହିର ଅନନ୍ତ ବେହେରା (୪୨)ଙ୍କୁ ଜିଆରପି ଗିରଫ କରି ଜଟଣୀ ଅଦାଲତକୁ ଚାଲାଣ କରିଥିବା ଜିଆରପି ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *