୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା

ରାଉରକେଲା, ୧୮/୦୯/୨୦୨୬ (ଓଡ଼ିଶା ସମାଚାର)- ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିଅମ୍ ଠାରେ ଚାଲିଥିବା ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାର (ଜୁନିୟର ଓ ସିନିୟର) ଉଦଯାପନୀ ସମାରୋହ ତଥା ପୁରସ୍କାର ବିତରଣ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପଶ୍ଚିମାଂଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ ବ୍ରଜେଶ କୁମାର ରାୟ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।

ଏହି ଉତ୍ସବରେ ସ୍ପୋର୍ଟସ୍ ଡେପୁଟି ଡାଇରେକ୍ଟର ସୁଦୀପ୍ତ କୁମାର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ରାଉରକେଲା ଷ୍ଟିଲ୍ ପ୍ଲାନ୍ଟର ସିଜିଏମ୍ ସି. ଏମ୍ ଛୁଗ୍ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ସିନିୟର ପୁରୁଷ ବର୍ଗର ବିଜେତାମାନଙ୍କ ମଧ୍ୟରେ କମ୍ପାଉଣ୍ଡ ରାଉଣ୍ଡରେ ସ୍ୱର୍ଣ୍ଣ ପଦକ ବିଜେତା ହେଲେ କିସ୍ ଖୋର୍ଦ୍ଧାର ସାଗର ରାଇତା, ରୌପ୍ୟ ପଦକ ବିଜେତା ହେଲେ କେଉଁଝର ଡିଏଏର କେଶବା ବାନାରା ଏବଂ ବ୍ରୋଞ୍ଜ ପଦକ ବିଜେତା ହେଲେ କେନ୍ଦୁଝର ଡିଏଏର ଧନେଶ୍ୱର ବେହେରା । ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି କେନ୍ଦୁଝର ଡିଏଏର ସ୍ୱପ୍ନାରାଣୀ ବେହେରା, ସେହିପରି ରୌପ୍ୟ ପଦକ ବିଜେତା ହେଲେ କେଉଁଝର ଡିଏଏର ମୋନାଲିସା ନାୟକ ଏବଂ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି କଟକ ଡିଏଏର ମିସ୍ ନାମସି ମୁଣ୍ଡା ।

ଇଣ୍ଡିଆନ୍ ରାଉଣ୍ଡ ପୁରୁଷରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି କେଉଁଝର ଡିଏଏର ସନ୍ତୋଷ ସିସା, ସେହିପରି ରୌପ୍ୟ ପଦକ ବିଜେତା ହୋଇଛନ୍ତି ମୟୂରଭଞ୍ଜ ଡିଏଏର ଗୋବିନ୍ଦ ମାଝୀ ଏବଂ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି କେନ୍ଦୂଝର ଡିଏଏର ତ୍ରିନାଥ ମୁଣ୍ଡା । ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି ଖୋର୍ଦ୍ଧା କୌଶଲ୍ୟା ସିଂ, ରୌପ୍ୟ ପଦକ ବିଜେତା ହୋଇଛନ୍ତି ଖୋର୍ଦ୍ଧା ଅଞ୍ଜଳୀ ସୁସ୍ମିତା ମାର୍କେ ଏବଂ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି ଖୋର୍ଦ୍ଧା ପୂର୍ଣ୍ଣିମା ପୂର୍ତିି । ରିକର୍ଭ ରାଉଣ୍ଡର ପୁରୁଷ ବିଭାଗରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି କେଉଁଝର ଡିଏଏର ଅର୍ଜୁନ ଖରା, ରୌପ୍ୟ ପଦକ ବିଜେତା ହୋଇଛନ୍ତି କେଉଁଝର ଡିଏଏର ରସାନନ୍ଦ ବିରୁଆ ଏବଂ ବ୍ରୋଞ୍ଜ ପଦକ
ବିଜେତା ହୋଇଛନ୍ତି କେଉଁଝର ଡିଏଏର କୃଷ୍ଣ ମୁଣ୍ଡା । ମହିଳା ବିଭାଗରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି ସୈନିକ ସ୍କୁଲ ଭୁବନେଶ୍ୱରର ନୋମୁଲା ଲାବଣ୍ୟା ଏବଂ ରୌପ୍ୟ ପଦକ ହାସଲ କରିଛନ୍ତି ସୁନ୍ଦରଗଡ଼ ସାଇର ମମିତା ଓରାମ ଏବଂ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି ମାନସ୍ୱରୀ ହାଁସଦା ।

Leave a Reply

Your email address will not be published. Required fields are marked *