କିଶନନଗର ରେ କାର୍ତ୍ତିକେୟ ଙ୍କ ପୂଜାରେ ସବୁ ନେତାଙ୍କ ଦଵଦଵା ଜାହିର କୁ ନେଇ ଚର୍ଚ୍ଚା 

କଟକ ସଦର,୦୬/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଚଳିତ କାର୍ତ୍ତିକେୟ ଙ୍କ ପୂଜାରେ ସବୁ ଦଳର ନେତାଙ୍କ ପୂଜା ମଣ୍ଡପ ପରିଦର୍ଶନ କରିଵା ଏବଂ ନିଜନିଜର ସମର୍ଥକ ମାନଙ୍କୁ ନେଇ ଦଵଦଵା ଜାହିର କରିବା କୁ ନେଇ ଚର୍ଚ୍ଚା ଜୋର ଧରିଛି।

ପ୍ରକାଶ ଯେ ଏହି ପରିପ୍ରେକ୍ଷୀରେ କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ସଭାପତି ପ୍ରଫେସର ମନୋଜ ନାୟକ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ସାମାଜିକ ସଂଗଠନ ‘ଵିଷ୍ଣୁପ୍ରିୟା ସେବା ସମିତି’ ର ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, କଟକ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ମାନସ ଚୈ।ଧୁରୀ, ବରିଷ୍ଠ କଂଗ୍ରେସ ନେତା ତଥା କଟକ ର ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମ୍, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ ପ୍ରମୁଖ ପୂଜା ମଣ୍ଡପ ପରିଦର୍ଶନ କରି ନିଜ ନିଜର ଦଵଦଵା ଜାହିର କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ କଟକ ସଦର ର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିଜ ଗାଁ କିଶନନଗର ହୋଇଥିବା ରୁ ଏଠାରେ ନେତାଙ୍କ ମେଳି ହୋଇଥିବା ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *