ଜାତୀୟ କ୍ରୀଡା ଦିବସ ପାଳନ

ଭୁବନ ୨୯/୦୮/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ବିଜୁ ପଟ୍ଟନାୟକ ଖେଳ ଭବନ ଠାରେ ଜାତୀୟ କ୍ରୀଡା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭୁବନ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଧ୍ୟାନ ଚାନ୍ଦ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ବଳନ କରିଥିଲେ । ପରେ ପ୍ରଶିକ୍ଷଣ ନେଉଥିବା ଛାତ୍ର ଛାତ୍ରୀଙ୍କୁ କ୍ରିଡ଼ା ର ମହତ୍ତ୍ୱ ଓ ଦେଶ ର ଗୌରବ ରେ କ୍ରିଡ଼ା ଭୂମିକା ବିଷୟରେ ଆଲୋଚନା କରିଥିଲେ ।

ତିନି ଦିନ ଧରି ଆୟୋଜିତ ହେବାକୁ ଥିବା କ୍ରିଡ଼ା ଉତ୍ସବ ର ପ୍ରଥମ ଦିନରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଯାଇଛି ।

ଗୋପବନ୍ଧୁ ସେବା ସଂଗଠନ ସହଯୋଗ ରେ ଆୟୋଜିତ ହୋଇଥିବା ଖେଳ ଭବନ ପରିଚାଳକ ବିଶ୍ୱଜିତ ସାହୁ ଓ ବ୍ୟାଡମିଣ୍ଟନ ପ୍ରଶିକ୍ଷକ ହଳଧର ବେହେରା ଙ୍କ ନେତୃତ୍ୱ ରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଅନ୍ୟତମ ଅତିଥି ରୂପେ ଭୁବନ ହାଇସ୍କୁଲ କ୍ରିଡ଼ା ଶିକ୍ଷକ ସାଗର ରାଉତ, କ୍ରିଡ଼ା ଶିକ୍ଷକ ବିକାଶ ସାହୁ ଯୋଗଦେଇ ଥିଲେ।ଟୁର୍ଣ୍ଣାମେଣ୍ଟରେ ଉଦଯାପନ ସଂଧ୍ୟା ରେ ମୁଖ୍ୟ ଅତିଥି ରୂପେ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଦାୟିତ୍ଵ ରେ ଥିବା ମୂଖ୍ୟ କିରାଣୀ କୈଳାଶ ଚନ୍ଦ୍ର ବେହେରା, ଓଏଭି ଶିକ୍ଷକ ପ୍ରଦୀପ ବେହେରା ଉପସ୍ଥିତ ରହି ଚାମ୍ପିଅନ ଯୋଡ଼ି ହଳଧର ବେହେରା,ପ୍ରକାଶ ଚନ୍ଦ୍ର ରାଉତ ଓ ରନର୍ଶ ଅପ ଯୋଡ଼ି ଚିନ୍ମୟ ବାରିକ ଓ ରତିକାନ୍ତ ବେହେରାଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *