କଟକ ସଦର,୧୪/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନର ବିଜେପି ନେତା ପ୍ରଭାତ ବିଶ୍ବାଳ ଜଣେ ବିଶ୍ୱାସଘାତକ ଵେଇମାନ ଓ ଗଦ୍ଦାର ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିବା ପରେ ବାପା ଙ୍କ କଥାକୁ ଦୋହରାଇ ବାପା ନବୀନ ଙ୍କୁ ଧୃତରାଷ୍ଟ୍ର କହିବା ଠିକ୍ ବୋଲି ବିଜେଡ଼ି ରୁ ନିଲମ୍ବିତ ବିଧାୟକ ପୁଅ ସୌଭିକ ବିଶ୍ବାଳ ସିଧାସଳଖ ନବୀନ ଙ୍କୁ ଟାର୍ଗେଟ କରିଛନ୍ତି।
ବାପା ବିଜେଡ଼ି କୁ ରକ୍ତ ମାଂସ ଦେଇ ଗଢି ତୋଳିଥିଵା ବେଳେ ତାଙ୍କୁ ସେମିତି କିଛି କାରଣ ନଥାଇ ଚାଟୁକାର ମାନଙ୍କ କଥାରେ ଦଳରୁ ବାହାର କରାଗଲା। ଏଥିରେ ବିଶ୍ୱାସଘାତ ଗଦ୍ଦାର କିଏ ନବୀନ ନାଁ ବାପା ପ୍ରଭାତ ବୋଲି ସୌଭିକ୍ ପ୍ରଶ୍ନ କରିଛନ୍ତି।ମୋ ବାପା ମୋ ପାଇଁ ଆଦର୍ଶ ମୁଁ ତାଙ୍କ ପଛରେ ରହି ସବୁ ପ୍ରକାର ସମର୍ଥନ ଦେବି ବୋଲି ମଧ୍ୟ କହିଛନ୍ତି। ବିଧାୟକ ପଦ ରଦ୍ଦ ଭୟରେ ସୌଭିକ୍ ବାପା ଙ୍କ ପଥରେ ବିଜେପି କୁ ନଯାଇ ବିଜେପି ସଂଗଠନ ପାଇଁ ସବୁ ପ୍ରକାର କଳଵଳ କୈ।ଶଳ ଲଗାଇ ଦେଇ ବିଜେଡ଼ି କୁ ଖୋଲା ଚ୍ୟାଲେଞ୍ଜ କରୁଥିବା ଚର୍ଚ୍ଚା ଜୋର ଧରିଛି।
