ଯାଜପୁରରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅବସରରେ ‘ଆଶୀର୍ବାଦ ଦୀପ ପ୍ରଜ୍ୱଳନ’

ଯାଜପୁର, ୧୭/୦୯/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟବ୍ୟାପି ‘ସେବା ସଂକଳ୍ପ ଅଭିଯାନ-୨୦୨୬’ର ଶୁଭାରମ୍ଭ ଅବସରରେ ଆଜି ଯାଜପୁର ଜିଲ୍ଲାରେ ‘ଆଶୀର୍ବାଦ ର ଦୀପ ପ୍ରଜ୍ୱଳନ’ କାର୍ଯ୍ୟକ୍ରମ ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଛି। ଜିଲ୍ଲାସ୍ତରରେ  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ପରିସର ଓ ଐତିହାସିକ ଦଶାଶ୍ୱମେଧ ଘାଟଠାରେ ଆଶୀର୍ବାଦ ର ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏଥିରେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବୀପ୍ରସାଦ ମହାନ୍ତି, ସମାଜସେବୀ ଶ୍ରୀ ଗୌତମ ରାୟ, ପୌରପାଳିକା ନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ରାଉତ, ଅତିରିକ୍ତ ତହସିଲଦାର, ଯାଜପୁର, ଡିପିସି ମିଶନ ଶକ୍ତି ସୀତାଂଶୁ ଶେଖର ସାହୁ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଙ୍କ ସମେତ ବିଭିନ୍ନ ବର୍ଗର ଜନପ୍ରତିନିଧି, ମିଶନ ଶକ୍ତିର ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସାଧାରଣ ଜନତା ଉପସ୍ଥିତ ରହିଥିଲେ।ସେହିପରି ଦଶାଶ୍ଵମେଧ ଘାଟ ଠାରେ ନିର୍ବାହୀ ଅଧିକାରୀ, ଯାଜପୁର ପୌରପାଳିକା, ସମାଜସେବୀ ତପନ କୁମାର ନନ୍ଦ, ଡିପିସି ମିଶନଶକ୍ତି ସୀତାଂଶୁ ଶେଖର ସାହୁ, ମହିଳା ଏସଏଚ ଜି ପ୍ରମୁଖ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରିଥିଲେ।

‘ସେବା ସଂକଳ୍ପ ଅଭିଯାନ’ର ଉଦ୍ଦେଶ୍ୟ ହେଉଛି ସେବା, ସମର୍ପଣ ଓ ଜନକଲ୍ୟାଣର ବାର୍ତ୍ତାକୁ ତୃଣମୂଳସ୍ତରରେ ପହଞ୍ଚାଇବା। ଏହି ଅବସରରେ ପ୍ରଜ୍ୱଳିତ ଦୀପ ସେବା ଓ ସାମାଜିକ ଦାୟିତ୍ୱ ପ୍ରତି ଏକତା ଏବଂ ସଂକଳ୍ପର ପ୍ରତୀକ ଭାବେ ପରିଗଣିତ ହୋଇଥିଲା।

ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଓ ପ୍ରମୁଖ ସ୍ଥାନରେ ମଧ୍ୟ ଏହି ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସୁକିନ୍ଦା ଜଗନ୍ନାଥ ମନ୍ଦିର ଠାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ହୋଇଥିବା ବେଳେ ଗୋକର୍ନେଶ୍ୱର  ମନ୍ଦିରଠାରେ ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ, ବ୍ୟାସସରୋବରଠାରେ କୋରେଇ ବିଧାୟକ ଶ୍ରୀ ଆକାଶ ଦାସନାୟକ ଏବଂ ମହାବିନାୟକ ମନ୍ଦିରଠାରେ ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ, ଛତିଆ ଠାରେ ବିଜେପି ସଭାପତି ଦେବଯାନୀ ପ୍ରଧାନ ଙ୍କ ଉପସ୍ଥିତିରେ ଦୀପ ପ୍ରଜ୍ୱଳନ କରାଯାଇଥିଲା।

ସେହପରି ରତ୍ନଗିରି ବୌଦ୍ଧ ବିହାର, ବରୁଣେଶ୍ୱର ମନ୍ଦିର ,  ଏବଂ ଉଦୟଗିରି ବୌଦ୍ଧ କମ୍ପ୍ଲେକ୍ସଠାରେ ‘ଆଶୀର୍ବାଦ ଦୀପ ପ୍ରଜ୍ୱଳନ’ କାର୍ଯ୍ୟକ୍ରମ ପାଳିତ ହୋଇଥିଲା।

ଏହି ଅବସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତିର ମହିଳାମାନଙ୍କ ସକ୍ରିୟ ଅଂଶଗ୍ରହଣ କାର୍ଯ୍ୟକ୍ରମକୁ ଅଧିକ ଜନସମ୍ପୃକ୍ତ କରିଥିଲା। ବିଭିନ୍ନ ସ୍ଥାନରେ ଦୀପ ପ୍ରଜ୍ୱଳନ ମାଧ୍ୟମରେ ସେବା, ସମର୍ପଣ, ମହିଳା ସଶକ୍ତିକରଣ ଓ ଜନକଲ୍ୟାଣର ଭାବନାକୁ ପ୍ରତିଫଳିତ କରାଯାଇଥିଲା।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *