ଭୁବନେଶ୍ୱର,୨୨/୦୩/୨୦୨୪ (ଓଡ଼ିଶା ସମାଚାର)-ପୂର୍ବତନ ମନ୍ତ୍ରୀ, ବିଜେଡ଼ିର ବରିଷ୍ଠ ନେତା ଡା ଦାମୋଦର ରାଉତଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ ବିହନ ନିଗମର ପୂର୍ବତନ ଅଧ୍ୟକ୍ଷ ଏବଂ ବିଜୁ ଜନତା ଦଳର ବରିଷ୍ଠ ନେତା ଗୋଲକ ବିହାରୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଅଭିଜ୍ଞ, ସ୍ପଷ୍ଟବାଦୀ ରାଜନେତାଙ୍କୁ ହରାଇଲା ବୋଲି ଶ୍ରୀ ନାୟକ ତାଙ୍କ ଶୋକବାର୍ତାରେ କହିଛନ୍ତି ।