ନିଶ୍ଚିନ୍ତକୋଇଲି ୧୬/୦୯/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା )- ବିଘ୍ନବିନାଶକ ଅଗ୍ରପୂଜ୍ୟ ଗଜାନନ ଙ୍କ ପୂଜା ପୁରପଲ୍ଲୀ ରେ ଧୁମ ଧାମ ରେ ପାଳିତ ହେଉଛି । ବିଭିନ୍ନ ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ସମେତ କ୍ଲବ, ଯୁବକ ସଂଘ ପକ୍ଷରୁ ଗଣେଶ ଙ୍କ ପୂଜା କରାଯାଉଛି । ଶରତ ଋତୁ ରେ ପାର୍ବଣ ର ଆଦ୍ୟ ପର୍ବ ରେ ଉତ୍ସବ ମୁଖରିତ ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ପର୍ୟ୍ୟନ୍ତ ଗଣନାଥ ଙ୍କ ଆରାଧନାରେ ପ୍ରକମ୍ପିତ ହେଉଛି ଧରାପୃଷ୍ଠ ।
କଟକ ସଦର ନିର୍ବାଚନ ମଣ୍ଡଳୀ ଗ୍ରାମାଞ୍ଚଳ ରେ ଏହି ପୂଜାର୍ଚନା ଅନୁଷ୍ଠିତ ହେଉଛି । ଜନାର୍ଦ୍ଦନପୁର ରେ ମଧ୍ୟ ଚାଲିଛି ଗଣନାଥ ଙ୍କ ପୂଜାର୍ଚନା । ସ୍ଥାନୀୟ ଗଣପତି ଗୋଲଡେନ କ୍ଲବ ର ସଦସ୍ୟ ମାନେ ହର୍ଷ ଉଲ୍ଲାସ ର ସହ ୧୮ ଫୁଟ ଉଚ୍ଚତା ବିଶିଷ୍ଟ ଏକ ନିଆରା ଗଣେଶ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚନା ଚଳାଇଛନ୍ତି ।ସନ୍ଧ୍ୟାରେ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ସେହିପରି ସ୍ଥାନୀୟ ୟଙ୍ଗଷ୍ଟାର କ୍ଲବ ସଦସ୍ୟ ମାନେ ଆନନ୍ଦ ଉଲ୍ଲାସ ରେ ଉତ୍ସବ ପାଳନ କରୁଛନ୍ତି । ସାଲେପୁର ନିଶ୍ଚିନ୍ତକୋଇଲି ଅଞ୍ଚଳ ର ବିଭିନ୍ନ ଅନୁଷ୍ଠାନ ଓ କ୍ଲବ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ପୂଜାର୍ଚନା କରୁଛନ୍ତି । ଚଳିତ ପୂଜା ଓ ଭସାଣି ଉତ୍ସବରେ ଡି. ଜେ. ନବଜାଇ, ପାରମ୍ପରିକ ବାଦ୍ୟ ଘଣ୍ଟ ସଂକୀର୍ତନ ମାଧ୍ୟମରେ ଭସାଣି ଉତ୍ସବ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି ।
