ମା ମଝିଘରିଆଣି ଙ୍କ ହୁଣ୍ଡି ଖୋଲିଲା,୯୪ ଲକ୍ଷ ଟଙ୍କା, ୯୩ ଗ୍ରାମ ସୁନା,୨୧୭୦ ଗ୍ରାମ ରୁପା,୧୩୨ ଟି ବିଦେଶୀ ମୁଦ୍ରା

ରାୟଗଡା, ୩୦/୦୧/୨୦୨୫(ଓଡ଼ିଶା ସମାଚାର)- ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିର ଦାନ ହୁଣ୍ଡୀ ଖୋଲାଯାଇ ଗଣତି କରାଯାଛି । ୯ ଟି ଦାନ ହୁଣ୍ଡୀରୁ ବାହାରିଛି ନଗଦ ୯୪ଲକ୍ଷ ୪୯ ହଜାର ୫୪ ଟଙ୍କା ସମେତ ୯୩ ଗ୍ରାମ ସୁନା ଓ ୨୧୭୦ ଗ୍ରାମ ରୁପା ମିଳିଛି । ଏଥିସହ ବିଦେଶୀ ନୋଟ ୧୩୨ ଟି ମିଳିଛି । ପୁରୁଣା ୫୦୦ ଟଙ୍କା ନୋଟ ବାହାରିଛି । ଗତ କାଲି ସକାଳ ୧୦ଟା ରେ ମାଜିଷ୍ଟ୍ରେଟ ଓ ପୁଲିସ ଉପସ୍ଥିତରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡୀ ଖଳାଯାଇ ଗଣତି ଆରମ୍ଭ ହୋଇଥିଲା । ଦୀର୍ଘ ୧୨ ଘଂଟାଧରି ଏହି ଗଣତି ଚାଲିଥିଲା । ଗଣତି ପରେ ଉପରକ୍ତ ଟଙ୍କା ସୁନା ଓ ରୁପା ମିଳିଥିଲା । ଏହା ପୂର୍ବରୁ ୨୦୨୪ ଜୁଲାଇ ୨୪ ତାରିଖ ରେ ଦାନ ହୁଣ୍ଡୀ ରୁ ମିଳିଥିଲା ନଗଦ ୯୯ ଲକ୍ଷ ୧୫ ହଜାର ଟଙ୍କା ସହ ୪୨୨ ଟଙ୍କା ସହ ୫୩ ଗ୍ରାମ ସୁନା ଓ ୨୩୯୨ ଗ୍ରାମ ରୁପା ବାହାରିଥିଲା । ଏଥିସହ ବିଦେଶୀ ନୋଟ ୩୩ ଟି ବାହାରିଥିଲା । ଆଜି ହୁଣ୍ଡୀରୁ ବାହାରିଥିବା ଟଙ୍କା ଯୁନିୟନ ବ୍ୟାଙ୍କରେ ଗଛିତ ରଖାଯାଇଛି । ସେହିପରି ସୁନା ଓ ରୁପା ଜିଲା କୋଷାଗାରରେ ରଖଆଯାଇଛି । ଏହି ଗଣତି କାମରେ ବ୍ୟାଙ୍କ କର୍ମଚାରୀ ଓ କିଛି ସ୍ୱେଚ୍ଛା ସେବୀ ସାମିଲୀଥିଲେ । ହୁଣ୍ଡୀ ଖୋଲି ଗଣତି ବେଳେ ପୁଲିସ ଓ ମନ୍ଦିର ସୁରକ୍ଷା କର୍ମୀଙ୍କ ଦ୍ୱାରା ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଥିଲା ।

Leave a Reply

Your email address will not be published. Required fields are marked *