ପୋଖରୀ ରେ ବୁଡି ବୃଦ୍ଧ ମୃତ

ଭୁବନ ୦୧/୦୬/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ସ୍ଥିତ ବେଣା ଗାଡିଆ ପୋଖରୀ ରେ ବୁଡି ଜଣେ ବୃଦ୍ଧ ଙ୍କ ର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ, ସ୍ଥାନୀୟ ପାଲା ମଣ୍ଡପ ୱାର୍ଡ ନମ୍ବର ୪ ସହୁଘର ପାଟଣା ନିବାସୀ ଡମ୍ବରୁଧର ସାହୁ (୭୨) ଗତ କାଲି ଶନିବାର ରାତ୍ର ୧୧ ଘଟିକା ସମୟରେ ଖିଆ ପିଆ ସାରି ବାହାରକୁ ବୁଲିବାକୁ ଯାଇଥିଲେ ।

ଆଜି ରବିବାର ସକାଳେ ଅଜଣା ବ୍ୟକ୍ତିଙ୍କ ମର ଶରୀର ବେଣା ଗାଡିଆ ପୋଖରୀ ରେ ଭାସୁଥିବା ଖବର ପାଇ ପରିବାର ବର୍ଗ ଆସି ଶବ ଚିହ୍ନଟ କରିଥିଲେ । ଦମକଳ ବାହିନୀ ଶବ ଉଦ୍ଧାର କରିଥିଲା । ମୃତକ ଙ୍କ ପୁତ୍ର ମଳୟ ସାହୁ  ଙ୍କ ଅଭିଯୋଗ କ୍ରମେ ଭୁବନ ପୋଲିସ ଶବ ବ୍ୟବଚ୍ଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Leave a Reply

Your email address will not be published. Required fields are marked *