ଜଗତସିଂହପୁର,୨୯/୧୦/୨୦୨୫ (ଓଡ଼ିଶା ସମାଚାର)- ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟ୍ଟେଲ ଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉପଲକ୍ଷେ ସାରା ରାଜ୍ୟରେ ତା ୩୧.୧୦.୨୦୨୫ ରିଖ ଦିନ ଏକ ପଦଯାତ୍ରାର ଆୟୋଜନ କରାଯିବ । ଏଥି ନିମନ୍ତେ ସେହି ଦିନ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ସକାଳ ୬ ଘଟିକା ୩୦ ମିନିଟ୍ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆ ଠାରୁ ଆରମ୍ଭ କରି ଇଣ୍ଡୋର ଷ୍ଟାଡିୟମ ପର୍ୟ୍ୟନ୍ତ ଏକ ପଦଯାତ୍ରା ଉଭୟ ଅୟୋଜନ କରାଯିବ ।
ଏହି ପଦଯାତ୍ରାରେ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ , ଶିକ୍ଷାନୁଷ୍ଠାନ, ପୋଲିସ୍ ବିଭାଗ ଆଦି ଅନ୍ତର୍ଭୁକ୍ତ ରହିବେ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ପଦଯାତ୍ରାରେ ଯୋଗ ଦେବେ। ତେଣୁ ,ଏହି ପଦଯାତ୍ରାରେ ଜିଲ୍ଲା ର ଜନସାଧାରଣ ବହୁଳ ମାତ୍ରାରେ ଯୋଗ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଅଛି ।
