୫T  ଆଧାରରେ ସହରାଂଚଳ ରୂପାନ୍ତରଣ, ବିଭିନ୍ନ ସୁବିଧା ଓ ସେବା  ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଊତ୍ସର୍ଗ 

     ସହର ହେଊଛି ଦର୍ପଣ, ସମୃଦ୍ଧ ସହର ରାଜ୍ୟ ଓ ରାଷ୍ଟ୍ରର ସମୃଦ୍ଧି ସୂଚନା ଦେଇଥାଏ- ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।

ଯାଜପୁର, ୨୯/୦୨/୨୦୨୪ (ଓଡ଼ିଶା ସମାଚାର)-  ସହର ହେଉଛି ଦର୍ପଣ । ସମୃଦ୍ଧ ସହର ରାଜ୍ୟ ଓ ରାଷ୍ଟ୍ରର ସମୃଦ୍ଧିର ସୂଚନା ଦେଇଥାଏ ।  ୫T  ଆଧାରରେ ସହରାଂଚଳ ରୂପାନ୍ତରଣ ଯୋଜନାରେ ସହରବାସୀ ଙ୍କ ନିମନ୍ତେ ବିଭିନ୍ନ ସୁବିଧା ଓ ସେବାକୁ ଆଭାସୀ ମାଧ୍ୟମରେ ଊତ୍ସର୍ଗ କରି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଖ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି । ସହରାଂଚଳର ତଳିଆ ଅଂଚଳ ଲୋକ ମାନଙ୍କୁ ଜାଗା ମିଶନ ଯୋଜନାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଇ ସଶକ୍ତିକରଣ କରାଯାଇଛି ।  ରାଜ୍ୟରେ ୨୦ ହଜାରରୁ ଅଧିକ ପରିବାର ଜମି ସାର୍ଟିପିଂକେଟ୍ ପାଇଛନ୍ତି ।  ସହରାଂଚଳର ବାସିନ୍ଦାଙ୍କୁ  ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଡ୍ରିଙ୍କ ପଂ୍ରମ୍ ଟ୍ୟାପ ଯୋଜନା କାର୍ଯ୍ୟକାରୀ କରାଯିବା ସହ ବିଶ୍ୱ ଜଗତିକରଣ ପଦ୍ଧତିରେ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଆସୁଛନ୍ତି ।  ମୁକ୍ତା ଯୋଜନାରେ ମା’ ମାନଙ୍କୁ ସଂପୃକ୍ତି କରାଯାଇ ନିରନ୍ତର ଆର୍ଥିକ ସ୍ୱାବଲମ୍ୱି ଉନ୍ନତିକରଣ କାର୍ଯ୍ୟକ୍ରମ ଦ୍ୱାରା ସେମାନଙ୍କୁ ଅଧିକ ରୁ ଅଧିକ ସଶକ୍ତିକରଣ କରାଯାଇ ପାରିଛି ।  ରାଜ୍ୟ ସରକାରଙ୍କର ମୁକ୍ତା,  ଡ୍ରିଙ୍କ ପଂ୍ରମ୍ ଟ୍ୟାପ  ଏବଂ ଜାଗା ମିଶନ ଯୋଜନା ଯୁଗାନ୍ତକାରୀ ପଦକ୍ଷେପରେ ସହରାଞ୍ଚଳବାସୀ ସାମିଲ ହୋଇ ନିଜର ଜୀବନଧାରାକୁ ଅଧିକରୁ ଅଧିକ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

                ୫T  ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡଆନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଅଭିଭାଷଣ ରଖିଥିବା ବେଳେ ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ଜି. ମାଥି ଭାତାନାମ୍ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।  ପୌର ପ୍ରଶାସନ ନିର୍ଦ୍ଧେଶକ ଧନ୍ୟବାଦ ପ୍ରଦାନ କରିଥିଲେ ।

                ସହରାଂଚଳର ବିଭିନ୍ନ ଯୋଜନା ଅନ୍ତର୍ଗତ ସେବା ଓ ସୁବିଧା ଲୋକାର୍ପଣ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯାଜପୁର ସଦର ମହକୁମା ସହରକୁ ୫୬ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଶୁଦ୍ଧ ଉନ୍ନତ ପାନୀୟ ଜଳ ପ୍ରକଳ୍ପ ଭିତିପ୍ରସ୍ତରର ଲୋକାର୍ପଣ କରିବା ପରିପ୍ରେକ୍ଷୀରେ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଂଜୁଲତା ହୋତା ଓ ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମଲ୍ଳିକଙ୍କ ଅଧ୍ୟକ୍ଷତା ଓ ସହ ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।  ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ଯାଜପୁର ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି ଶ୍ରୀଯୁକ୍ତ କର୍ଣ୍ଣାଟ କେଶରୀ ଦାସ ଯୋଗଦେଇ କହିଲେ ଯେ, ଖାଦ୍ୟ, ବସ୍ତ୍ର, ବାସଗୃହ ଓ ବିଶୁଦ୍ଧ ପାନୀୟ ଜଳ ଆମ ମୌଳିକ ଆବଶ୍ୟକତା ଅଟେ ।  ଯାଜପୁର ପୌରାଂଚଳରେ ଏହି ମେଗା ପାଇପ୍ ବିଶୁଦ୍ଧ ଜଳ ପ୍ରକଳ୍ପ ଦ୍ୱାରା ୭୫ ହଜାର ୩୧୩ ଲୋକ ଆଗାମୀ ଦିନରେ ଉପକୃତ ହେବା ସହ ସହରୀ ଜୀବନ ଆନନ୍ଦମୟ ହେବ ବୋଲି ବକ୍ତବ୍ୟ ରଖି ଛାତ ଊପରେ ବର୍ଷା ଜଳ ସଂଗ୍ରହ ନିମନ୍ତେ ପରିଯୋଜନା କରିବାକୁ ପୈାର ପରିଷଦ, ଯାଜପୁରଙ୍କୁ ପରାମର୍ଶ ଦେଇ ପ୍ରତ୍ୟେକ ବିଶୁଦ୍ଧ ପାନୀୟ ଜଳ ବୁନ୍ଦା ଜୀବନ ପାଇଁ ମୂଲ୍ୟବାନ ଏବଂ ଅଯଥାରେ ଟ୍ୟାପ ଖୋଲି ଜଳ ନଷ୍ଟ ନ କରିବାକୁ ବାର୍ତା ପ୍ରଦାନ କରିଥିଲେ ।

                ସଭାପତି ଭାଷଣରେ ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଂଜୁଲତା ହୋତା ମୁକ୍ତା ଯୋଜନାରେ ମା’ ମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା, ଜାଗା ମିଶନରେ ପଟ୍ଟା ବଣ୍ଟନ ଏବଂ  ଡ୍ରିଙ୍କ ପଂ୍ରମ୍ ଟ୍ୟାପ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିବା ବେଳେ ଊପଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମଲ୍ଳ୍ିକ ସହରୀ ଜୀବନକୁ ସରଳ, ସୁବିଧା ଓ ସେବା ଯୋଗାଇବା ନିମନ୍ତେ ଯାଜପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଙ୍କ ପରିକଳ୍ପନା ସୁଦୂର ପ୍ରସାରି ଅଟେ ବୋଲି କହିଥିଲେ । ମୁକ୍ତା ଯୋଜନାରେ ଜିମ୍, ଶିଶୁ ଉଦ୍ୟାନ, କୁଆଖିଆ ଓ ସଠିପୁର ଠାରେ ଯାଜପୁର ସହର ପ୍ରବେଶ ଦ୍ୱାରର ସୌନ୍ଦର୍ଯ୍ୟକରଣ, ବିରଜା ମନ୍ଦିର ପାରିପାଶ୍ୱର୍ିକ ସୈାନ୍ଦର୍ଯ୍ୟକରଣ, କ୍ରୀଡା ଭିତିଭୂମି ଉନ୍ନତିକରଣ, ଯଯାତି ରାଜାଙ୍କ ପ୍ରତିମୂର୍ତି ସ୍ଥାପନ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସର୍ବ ବୃହତ ପ୍ରତିମୂର୍ତି ସ୍ଥାପନ, ସ୍ମାର୍ଟ ପାର୍କ ସ୍ଥାପନ, ସ୍ର୍ଟିଟ୍ ଲାଇଟ ଆଦି ଯୋଜନା  ଯାଜପୁର ସଦର ମହକୁମାକୁ ସବୁ କ୍ଷେତ୍ରରେ ଏକ ସ୍ୱଚ୍ଚ୍ଥ, ସୁନ୍ଦର, ମନୋଜ୍ଞ ଏବଂ ଆଧ୍ୟାତ୍ମିକ ସହର ଭାବେ ସମସ୍ତଙ୍କୁ ଆକୃଷ୍ଟ କରିବ ବୋଲି କହିଥିଲେ ।

                ସଭାରେ ସମ୍ମାନିତ ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଜନସ୍ୱାସ୍ଥ୍ୟ ଇଂ କ୍ଷୀରୋଦ ଚନ୍ଦ୍ର ବେହେରା ପ୍ରକଳ୍ପ ସମ୍ୱନ୍ଧରେ ସମସ୍ତ ତଥ୍ୟ ପ୍ରଦାନ କରିଥିବା ବେଳେ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ସହରୀ ଜୀବନରେ ବିଶୁଦ୍ଧ ପାନୀୟ ଜଳର ଉପଯୋଗିତା ସମ୍ୱନ୍ଧରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ନିର୍ବାହୀ ଅଧିକାରୀ, ପୌର ପରିଷଦ, ଯାଜପୁର ଶ୍ରୀ ଅଜୟ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ସହକାରୀ ଯନ୍ତ୍ରୀ, ଜନସ୍ୱାସ୍ଥ୍ୟ ଇଂ ଅବନୀ ଖୁଣ୍ଟିଆ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୌରାଂଚଳ ୱାର୍ଡ କୋ-ଅଡିନେଟର, ଜଳସାଥୀ, ସ୍ୱାଚ୍ଚ୍ଥସାଥୀ, ପାରିଷଦ ବୃନ୍ଦ ଏବଂ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *