୩୮ ବର୍ଷ ରେ ସିନେମା ହଲ କାଳୀ ,୪୯ ବର୍ଷରେ କାଳୀ ବଜାର
ଭୁବନ, ୦୧/୧୧/୨୦୨୪ (ଓଡ଼ିଶା ସମାଚାର)- ଶକ୍ତି ସ୍ୱରୁପୀଣି,ଅଭୟ ପ୍ରଦାୟିନୀ,ଦୁଷ୍ଟ ନିବାରିଣି ମା ‘ କାଳୀ ଙ୍କ ଆବାହନ ପାଇଁ ଗତକାଲି ଠାରୁ ଭୁବନ ଉତ୍ସବ ମୁଖର ହୋଇପଡିଛି । ୧୯୮୭ ମସିହା ରେ ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ୱର୍ ୱାର୍ଡ ସିନେମା ହଲ ଛକରେ ସ୍ବର୍ଗତ ଗୌରାଙ୍ଗ ପୋଥାଳ,ଦୁର୍ଯ୍ୟୋଧନ ପୋଥାଳ ଓ ସାହି ବାସିନ୍ଦା ଙ୍କ ପ୍ରଚେଷ୍ଟା ରେ ଆରମ୍ଭ ହୋଇଥିବା କାଳୀ ପୂଜା ଚଳିତ ବର୍ଷ ୩୮ ତମ ବାର୍ଷିକ ପୂଜା କରୁଛି । ସୁଉଚ୍ଚ ତୋରଣ,ଲାଇଟ୍ ଗେଟ୍ ସାଙ୍ଗକୁ ରଙ୍ଗୀନ ଆଲୋକମାଳା ରେ ଝଲସୁଛି ଭୁବନ । ରବି ନାରାୟଣ ସାହୁ କର୍ତ୍ତା ସାଜିଥିଲା ବେଳେ ସଭାପତି ସନ୍ତୋଷ କୁମାର ପୋଥାଳ ଙ୍କ ତତ୍ତ୍ଵାବଧାନରେ ସମ୍ପାଦକ ଧନେଶ୍ଵର ଦାସ,ଅଜିତ ନନ୍ଦୀ, ଟିଟୁ ଦାସ, ଲୋକନାଥ ପାତ୍ର,ସମରସେନ୍ ନାୟକ,ଗୋପାଳ ନାୟକ, ନୀତେଶ କୁମାର ପୋଥାଳ,ପର୍ଶୁରାମ ପୋଥାଳ,ସଦାନନ୍ଦ ନାୟକ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରୁଛନ୍ତି । ଆସନ୍ତା ସୋମବାର ଦିନ ମା ‘ କାଳୀ ଙ୍କ ବଡ଼ପୂଜା ହେବ ଓ ୫ ହଜାର ଶ୍ରଦ୍ଧାଳୁ ଭକ୍ତ ଙ୍କ ନିମନ୍ତେ ସାମୁହିକ ପ୍ରସାଦ ସେବନ ର କାର୍ଯ୍ୟକ୍ରମ ରହିଛି ଏବଂ ଆସନ୍ତା ବୁଧବାର ଅପରାହ୍ନ ରେ ଭସାଣି ଯାତ୍ରା ଅନୁଷ୍ଠିତ ହେବ । ୧୯୭୬ ମସିହାରେ ସ୍ବର୍ଗତ କେଶବ ସାହୁ,ବେଣୁଧର ପୃଷ୍ଟି ଙ୍କ ଉଦ୍ୟମ ଓ ବ୍ୟବସାୟୀ ଭାଇ ମାନଙ୍କ ସହଯୋଗରେ କାଳୀ ବଜାର ରେ ଆରମ୍ଭ ହୋଇଥିବା କାଳୀ ପୂଜା ଚଳିତ ବର୍ଷ ୪୯ ତମ ବାର୍ଷିକ କାଳୀ ପୂଜା ପାଳନ କରୁଛି । ସଭାପତି ସମୀର କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ କାଳୀ ବଜାର ବଣିକ ସଂଘ ର ସମସ୍ତ କର୍ମକର୍ତ୍ତା ଓ ବ୍ୟବସାୟୀ ଭାଇ ମାନେ ସହଯୋଗ କରୁଛନ୍ତି । ଆସନ୍ତା କାଲି ମା ଙ୍କ ବଡ଼ ପୂଜାରେ ପ୍ରାୟ ୫ ହଜାର ଶ୍ରଦ୍ଧାଳୁଙ୍କ ନିମନ୍ତେ ସାମୁହିକ ପ୍ରସାଦ ସେବନ ର ଆୟୋଜନ ହୋଇଛି । ଆସନ୍ତା ବର୍ଷ ୫୦ ତମ ବାର୍ଷିକ ( ସ୍ଵର୍ଣ୍ଣ ଜୟନ୍ତୀ ) ପାଳନ ହେବ । ସେଥିପାଇଁ ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଆସନ୍ତା ବୁଧବାର ଭସାଣି ଯାତ୍ରା ଅନୁଷ୍ଠିତ ହେବ ।