କଟକ ଜିଲ୍ଲା ସାମ୍ବାଦିକ ସଂଘର କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ

କଟକ,୧୬/୧୧/୨୦୨୩ (ଓଡିଶା ସମାଚାର/ ଅଭୟ ଜେନା )- ଏସ ୟୁ ଜେ ଓଡ଼ିଶା ଅନୁବନ୍ଧିତ ରାଜ୍ୟ ସାମ୍ବାଦିକ ସଂଘ କଟକ ଜିଲ୍ଲା ସାମ୍ବାଦିକ ସଂଘ ର କାର୍ୟ୍ୟକାରିଣୀ ବୈଠକ ବାଙ୍କୀ ବ୍ଲକ ଅନ୍ତର୍ଗତ ଅଂଶୁପା ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ରମେଶ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାମ୍ବାଦିକ ସଂଘ ର ସଭାପତି କୈଳାଶ ଚନ୍ଦ୍ର ନାୟକ ଯୋଗଦେଇ ସାମ୍ବାଦିକ ମାନଙ୍କୁ ଅବସର ପରେ ସ୍ୱାସ୍ଥ୍ୟ ବୀମା ଯୋଜନା ରେ ଅନ୍ତର୍ଭୁକ୍ତ କରିବା ସହିତ ମୃତ୍ୟୁ ପରେ ସର୍ବନିମ୍ନ ପଚିଶ ଲକ୍ଷ ଟଙ୍କା ର ସହାୟତା ରାଶି ମୃତ ସାମ୍ବାଦିକ ଙ୍କ ପରିବାର କୁ ପ୍ରଦାନ କରିବାକୁ ବକ୍ତବ୍ୟ ରେ ପ୍ରକାଶ କରିଥିଲେ । ରାଜଧାନୀ ଉପକଣ୍ଠରେ ରେ ସାମ୍ବାଦିକ ମାନଙ୍କ ପାଇଁ ସାମ୍ବାଦିକ ଭବନ ନିର୍ମାଣ କରିବା ସହିତ ସାମ୍ବାଦିକ ସୁରକ୍ଷା ବିଲ ଆଣିବା ପାଇଁ ଦାବି ଉପସ୍ଥାପନ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂଘ ଉପଦେଷ୍ଟା ରଘୁନାଥ ଆଚାର୍ୟ୍ୟ ଯୋଗଦେଇ ଜିଲ୍ଲାର ସଙ୍ଗଠନ କୁ ସୁଦୃଢ କରିବା ସହିତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ରାଜ୍ୟ କୋଷାଧ୍ୟକ୍ଷ ଅଖିଳେଶ ପଦ ମହାନ୍ତି ଯୋଗଦେଇ ସାମ୍ବାଦିକ ମାନଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଗୌର ଚରଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ସମ୍ପାଦକ ଶୁଭେନ୍ଦୁ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ସଂଘର ବାର୍ଷିକ ଉତ୍ସବରେ ଏକ ସ୍ମରଣୀକା ପ୍ରକାଶ କରିବା ପାଇଁ ନିଷ୍ପତ୍ତି ନିଆଯାଇ ଥିଲା । ଉକ୍ତ କାର୍ୟ୍ୟକ୍ରମରେ ଜିଲ୍ଲା ଉପସଭାପତି ପ୍ରଦୀପ୍ତ ମହାପାତ୍ର , ରତ୍ନାକର ବାରିକ, ଜିଲ୍ଲା ସମ୍ପାଦକ ଶିଶିର କୁମାର ଦାଶ, ସୂର୍ୟ୍ୟ ନାରାୟଣ ଦାସ, ନିବେଦିତା ସିଂ, ସୁଜାତା ଗୋସ୍ୱାମୀ ଆଲୋଚନାରେ ଭାଗ ନେଇଥିଲେ। ଉକ୍ତ ବୈଠକରେ ସାମ୍ବାଦିକ ଗଙ୍ଗାଧର ନାୟକ, ପ୍ରତାପ ନାୟକ, ପଦ୍ମନାଭ ମିଶ୍ର, ପୂର୍ନେନ୍ଦୁ ନାୟକ , ସନ୍ତୋଷ ନାୟକ, ଟୁନା ଜେନା, ଜ୍ୟୋସ୍ନାରାଣୀ ସାମଲ, ସରୋଜ କୁମାର ଦାସ, ପ୍ରଦିପ କୁମାର ଜେନା ରଶ୍ମିରଞ୍ଜନ ମଲ୍ଲିକ ଓ ହରକିଶୋର ପଣ୍ଡାଙ୍କ ସମେତ କଟକ ଜିଲ୍ଲାର ଶହେରୁ ଉର୍ଦ୍ଧ୍ବ ସାମ୍ବାଦିକ ଯୋଗ ଦେଇଥିଲେ। ସୁବର୍ଣପୁର ଫାଣ୍ଡି ଅଧିକାରୀ ପ୍ରସନ କୁମାର ମାହ।ଳିଙ୍କୁ ଉତ୍ତରିୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଙ୍ଗଠନ ସମ୍ପାଦକ ମୀନକେତନ ଦାସ ଧନ୍ୟବାଦଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *