ସମ୍ବାଦପତ୍ର ପ୍ରଭାବଶାଳୀ ହେଲେ ଜନତାଙ୍କ କଲ୍ୟାଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧/୦୯/୨୦୨୫(ଓଡ଼ିଶା ସମାଚାର)-କୌଣସି ଖବରକାଗଜ ଏକ ଜଡ ÿବସ୍ତୁ ନୁହେଁ । ବରଂ ଏହା ଭିତରେ ଜୀବନ୍ତସତା ନିହିତ ଥାଏ । ସମାଜକୁ ଏହା ଦେଖାଇଥାଏ ପଥ । ସମ୍ବାଦପତ୍ର ଯେତେ ସକି୍ରୟ ଓ ପ୍ରଭାବଶାଳୀ ହେବ ସମାଜ ଓ ଜନତାଙ୍କ ପାଇଁ ସେତିକି କଲ୍ୟାଣକାରୀ ହୋଇପାରିବ ବୋଲି ଦୈନିକ ‘ନିର୍ଭୟ’ର ୧୨ତମ ବର୍ଷ ପୂର୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।

ଗଣମାଧ୍ୟମ ଏକ ଚଳନ୍ତି ଇତିହାସ । ଗଣମାଧ୍ୟମରୁ ଆମେ ସବୁ ଖବର ଜାଣି ପାରୁ । ଗଣତନ୍ତ୍ର ଆମକୁ ଶିକ୍ଷା ଦେବା ସହ ସତର୍କ ମଧ୍ୟ କରାଏ । ଏହି ମର୍ମରେ ମୁଖ୍ୟମନ୍ତ୍ରୀ ସାରର ଅଭାବ ବିଷୟ ଉଦାହରଣ ଆକାରରେ ଦେଇଥିଲେ । ଖବରକାଗଜ ଗୁଡ଼ିକରେ ସାରର ଅଭାବ ଥିବା କଥା ପ୍ରକାଶ ପାଇଥିଲା । ଆମେ ଏହାକୁ ବିରୋଧୀ ଦଳଙ୍କ କଥା ବୋଲି କହି ଦୂରେଇ ଦେଇନଥିଲୁ ।

ମୁଖ୍ୟମନ୍ତ୍ରୀ ନିଜେ ଏହା ଉପରେ ସମୀକ୍ଷା କରିଥିଲେ । ପ୍ରତ୍ୟେକ ଜିଲାୱାରୀ ବୈଠକ ହୋଇଥିଲା ଏବଂ ଜିଲାପାଳମାନଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଧେଶ ମୁଁ ପ୍ରଦାନ କରିଥିଲି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ । ତେବେ ସେ ଗଣମାଧ୍ୟମକୁ ସତର୍କ କରି କହିଥିଲେ ସମ୍ବାଦ ଯଦି ଉଦ୍ଧେଶ୍ୟ ପ୍ରଣୋଦିତ ହେଲା ତାହେଲେ ତାହା ବିଶ୍ୱାସଯୋଗ୍ୟ ହେବ ନାହିଁ । ମିଡିଆ ଯଦି ମିସ୍ ଗାଇଡ଼ କରେ ତା ହେଲେ ସମାଜର କ୍ଷତି ହୁଏ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ । ଏହି ଅବସରରେ ସମ୍ପାଦକ ନବୀନ ଦାସ ସାମ୍ବାଦିକଙ୍କୁ ପେନସନର ଦାବି ରଖିଥିଲେ । ବାର୍ଷିକ ଉତ୍ସବରେ ବୀରେନ୍ଦ୍ର ସାମନ୍ତରାୟଙ୍କୁ ଓଡ଼ିଶା ଗୌରବ ସମ୍ମାନ ମିଳିଥିଲା ।

Leave a Reply

Your email address will not be published. Required fields are marked *