ଜିଲ୍ଲା ସ୍ତରୀୟ ବେଟୀ ବଚାଓ ବେଟୀ ପଢ଼ାଓ ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଉତ୍ସବ ପାଳିତ..

ଯାଜପୁର ୨୨/୦୧/୨୦୨୫ (ଓଡ଼ିଶା ସମାଚାର)-ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ( ଶିଶୁ ସୁରକ୍ଷା ୟୁନିଟ ଓ ସମାଜ କଲ୍ୟାଣ ବିଭାଗ) ତରଫରୁ  ବେଟୀ ବଚାଓ ବେଟୀ ପଢ଼ାଓ ଯୋଜନାର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର କ୍ଷର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସବିତା ଚାୟୁ ପଟ୍ଟନାୟକ ଅଧକ୍ଷତା କରିଥିବା ବେଳେ ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ ଓ କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର  ବକ୍ତବ୍ୟ ରଖିଥିଲେ । .ମୁଖ୍ୟତିଥି ରୂପେ ଯୋଗଦେଇ ଜିଲ୍ଲାପରିଷଦ, ଯାଜପୁର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ କହିଲେକି ସୁଖପ୍ରଦ ଓ ସୁରକ୍ଷିତ ଶୈଶବ ପ୍ରତ୍ୟକ କନ୍ୟା ର ଅଧିକାର.ଦୃଢ଼ ଇଛାଶକ୍ତି ଓ ପରିବାର ଓ ସମାଜର ର ସହଯୋଗ ଦ୍ୱାରା  କନ୍ୟା ନିଜର ଅନ୍ତର୍ନିହିତ ଗୁଣାବଳୀର ବିକାଶ କରିବାରେ ସଫଳ ହେବା ସହ ଓ ସାମାଜିକ ବିକାଶ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥାଏ  କିନ୍ତୁ ଆଜି ମଧ୍ୟ   ଆମଦେଶରେ ଲିଙ୍ଗଗତ ସମାନତା,କନ୍ୟା ସନ୍ତାନଙ୍କ ଶିକ୍ଷା ଓ ସେମାନଙ୍କ ସଶକ୍ତିକରଣ  ସମ୍ଭବ ହୋଇପାରିନାହିଁ. । ସେଥିପାଇଁ  ସରକାର ବେଟୀ ବଚାଓ ବେଟୀ ପଢ଼ାଓ କାର୍ଯ୍ୟକ୍ରମ ସାରା ଦେଶ ରେ କାର୍ଯ୍ୟକାରୀ କରୁଛନ୍ତି. । କନ୍ୟା ଟିଏ କୌଣସି ଗୁଣରେ କମ ନୁହେଁ, ତାର ଶିକ୍ଷାଓ ସ୍ୱାସ୍ଥ୍ୟ  ଅଧିକାର କୁ ସୁନିଶ୍ଚିତ କରିବାର ଦାୟିତ୍ୱ ଆମ ସମାଜର ବୋଲି । ଅନ୍ୟତମ ସମ୍ମାନିତ ଅତିଥିରୂପେ ଯୋଗଦେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ, ଶିଶୁମଙ୍ଗଳ କମିଟିର ଅଧକ୍ଷା ରେକ୍ସନା ଜେନା, ରାଷ୍ଟ୍ର୍ଷୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଜିଲ୍ଲା ସଂଯୋଜକ ମିଲନ ପଡିହାରୀ, ସୁରକ୍ଷା ଅଧିକାରୀ ସରୋଜିନୀ ଦାସ ନିଜ ବିଭାଗ ର କାର୍ଯ୍ୟକ୍ରମ କିଭଳି  କନ୍ୟା ମାନଙ୍କ ପାଇଁ ଉଦ୍ଧିଷ୍ଟ  ଆଲୋଚନା କରିଥିଲେ ।.ସାହିତ୍ୟକ ଡ଼କ୍ଟର ରୁଦ୍ର ନାରାୟଣ ପୃଷ୍ଟି ସାମାଜିକ  ବିକାଶ କ୍ଷେତ୍ରରେ କନ୍ୟା ମାନଙ୍କ ଅବଦାନ ଉପରେ ବକ୍ତବ୍ୟ ରଖିଥିଲେ ।  ବାଲ୍ୟବିବାହ ଓ ଶିଶୁ ଶ୍ରମିକ ମୁକ୍ତ ଯାଜପୁର ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟକରିବାପାଇଁ  ରୁଚିକା ସଂଗଠନ ର ଜିଲ୍ଲା ସଂଯୋଜକ ଦେବ ପ୍ରସାଦ ପାଠକ ମତାମତ ରଖିଥିଲେ.ଟାଟା ଷ୍ଟିଲ foundation ତରଫରୁ  ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.ଆକ୍ସନ ଏଡ଼ ରୋଜାଲିନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ପୂର୍ବାହ୍ନ ରେ ଉପ ଜିଲ୍ଲାପାଳ  ଅଂଶୁମାନ ଶତପଥୀ କନ୍ୟା ମାନଙ୍କ ସାଇକେଲ  ଶୋଭାଯାତ୍ରା ର ଉଦଘାଟନ କରିଥିଲେ ଓ କନ୍ୟା ମାନଙ୍କ ସୁରକ୍ଷା ସମ୍ପର୍କିତ ଶପଥ ପାଠ କରାଇଥିଲେ. । ଉକ୍ତ କାର୍ଯ୍ୟକ୍ରମ କୁ  ଜିଲ୍ଲା ଶିଶୁସୁରକ୍ଷା ୟୁନିଟ ଓ ସମାଜ କଲ୍ୟାଣ ବିଭାଗ ମିଳିତ ଭାବେ ଆୟୋଜନ କରିଥିଲେ. । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଏକକ ରହଣି କେନ୍ଦ୍ର, ଚାଇଲଡ ହେଲ୍ପ ଲାଇନ, ଆକ୍ସନ ଏଡ଼, ଅଙ୍ଗନ ୱାଡି କର୍ମୀ,ରୁଚିକା ସମାଜ ସେବା  ସଂଗଠନ, ସ୍ୱୟଂ ସହାୟିକା ଗୋଷ୍ଠି ର କର୍ମକର୍ତ୍ତା ଯୋଗଦେଇଥିଲେ. ।

Leave a Reply

Your email address will not be published. Required fields are marked *