ଜଗତସିଂହପୁର ସଡ଼କ ସୁରକ୍ଷା ସମିତି ପକ୍ଷରୁ ସଡକ ସୁରକ୍ଷା ନିମନ୍ତେ ନିରାକରଣ ସହ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ

ଜଗତସିଂହପୁର,୩୧/୦୮/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ଅପରାହ୍ନ ୪.୩୦ ଘଟିକା ରେ ସଡକ ସୁରକ୍ଷା ର ପ୍ରତିକାର ବିଷୟରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ସମସ୍ତ ସଭ୍ୟ ମାନଙ୍କୁ ନେଇ ଆଲୋଚନାଚକ୍ର ଆୟୋଜନ ହୋଇଥିଲା । ପରେ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ସଭାରେ ଅତିରିକ୍ତ  ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ପୌରହିତ୍ୟ କରିଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପାରାଦୀପ ଶ୍ରୀ ନିରଞ୍ଜନ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସତ୍ୟବ୍ରତ ଦାଶ ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ପ୍ରବୋଧ କୁମାର ସେଠୀ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡି ଆଇ ବି ଉପସ୍ଥିତ ଥିଲେ|ଏହି ଅବସରରେ ଆର୍ ଆଣ୍ଡ ବି, ଆର୍ ଡି, ଏନ୍ ଏଚ୍ ୫୫ର କର୍ମକର୍ତ୍ତା ଏବଂ ଏନ୍ ଜି ଓ ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ  ଯୋଗଦେଇ ଜିଲ୍ଲା ରେ ଘଟୁଥିବା ଦୁର୍ଘଟଣା ର  କାରଣ ଓ ନିରାକରଣ ବିଷୟ ରେ ବିସ୍ତୃତ ଭାବରେ ଆଲୋଚନା କରିବା ସହ ଉକ୍ତ ଦୁର୍ଘଟଣା କୁ ହ୍ରାସ କରିବାକୁ ଗଠନ ମୁଳକ ଭାବରେ ମନ୍ତବ୍ୟ ଉତ୍ଥାପନ କରିଥିଲେ। ଏସ ଏଚ ୧୨ ରାସ୍ତା କଡ଼ରେ ଭାରୀଯାନ ବେନିୟମ ଭାବରେ ଛିଡ଼ା କରି ପଥ ଅବରୋଧ କରିଥିବା ହେତୁ ୮୨ ଗାଡ଼ି ର ମାଲିକ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ସାତ ଦିନ ଭିତରେ ତାର ପ୍ରତିକାର କରିବାକୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ଅବଗତ କରାଇଥିଲେ।  ଜାତୀୟ ରାଜପଥ ୫୫ ରାସ୍ତା , ଆର୍ ଆଣ୍ଡ ବି ରାସ୍ତା ଏବଂ ଆର୍ ଡି ରାସ୍ତା ରେ ସଙ୍କେତ ସହ ରାସ୍ତା ର ଦୁର୍ଘଟଣା ସ୍ଥଳର ରାସ୍ତା ର ପ୍ରତିକାର ଏବଂ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ରାସ୍ତା  ର ମରାମତି କୁ ତ୍ବରାନ୍ବିତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ସଂପୃକ୍ତ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ  ଗୁଡ଼ ସମାରିଟାନ୍ ମାନଙ୍କୁ ପ୍ରମାଣପତ୍ର ସହ ସହାୟତା ରାଶି ପ୍ରଦାନ କରାଯାଇଥିଲା।

ପରିବହନ ଅଧିକାରୀ ଶ୍ରୀ ସେଠୀ ସଡ଼କ ସୁରକ୍ଷା ସମିତି ର ତତ୍ପରତା ପାଇଁ ଦୁର୍ଘଟଣା ପୁର୍ବ ଅପେକ୍ଷା ହ୍ରାସ ହେଇଥିବା ରୁ ସମସ୍ତ ଙ୍କୁ ସାଧୁବାଦ ଦେବା ସହ ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ କଡ଼ାକଡ଼ି କରିବାକୁ  ପ୍ରତିଶ୍ରୁତି ଦେଇଥିଲେ । ସଂପ୍ରତି ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ସମସ୍ତ ସଭ୍ୟ ଉପସ୍ଥିତ ରହି ଗଠନ ମୂଳକ ମତାମତ ଦେଇଥିଲେ।ଏଥିରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *