କନ୍ଦରପୁର କୁ ନୂଆ ଗ୍ରୀନ୍ ଫିଲଡ୍ ରାସ୍ତା ପାଇଁ ମିଳିଲା ଗ୍ରୀନ୍ ସିଗ୍ନାଲ

କଟକ ସଦର,୨୦/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭୁବନେଶ୍ୱରରୁ ପାରାଦୀପ ଓ ଜଗତସିଂହପୁରକୁ ଗମନାଗମନ ସୁବିଧା ସହିତ ଭିଡ କମାଇବାକୁ କନ୍ଦରପୁର ପର୍ଯ୍ୟନ୍ତ ଏକ ନୂତନ ଗ୍ରୀନ୍ ଫିଲଡ୍ ରାସ୍ତା ନିର୍ମାଣ କରାଯିବ ବୋଲି ଗ୍ରୀନ୍ ସିଗ୍ନାଲ ମିଳିଥିବା ଜଣାପଡିଛି। ସୂଚନା ମୁତାବକ ଏହି ରାସ୍ତା ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ପ୍ରତାପନଗରୀ ଧାକୁଲେଇ ପୀଠ ଠାରୁ ଵୈୟାଳିସ ମୈ।ଜା ଦେଇ ସିଧା କନ୍ଦରପୁର କୁ ଛୁଇଁବ।

ଏଥିପାଇଁ ତୁରନ୍ତ ଡିପିଆର (ଚୁଡାନ୍ତ ପ୍ରକଳ୍ପ ଚିଠା) ଓ ନକ୍ସା  ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ ସିଂହ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଏହା ହେଲେ ଭୁବନେଶ୍ବରର-ପାରାଦୀପ ଓ ଜଗତସିଂହପୁରକୁ ଦୂରତା କମିଵା ସହିତ ଭିଡ ଓ‌ ଟ୍ରାଫିକ ସମସ୍ୟା ରୁ ଆଶ୍ୱସ୍ତି ପାଇବେ। ସେହିପରି କଟକ ସହରର ଭିଡ଼ ନିୟନ୍ତ୍ରଣ ପାଇଁ ୫୫ ନମ୍ବର ଜାତୀୟ ରାଜପଥର ଓଏମପି ଛକରୁ କନ୍ଦରପୁର ପର୍ଯ୍ୟନ୍ତ ଏକ୍ସାଭେଟର ରୋଡ଼ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *