ଭୁବନ ୩୧/୦୮/୨୦୨୬ (ଓଡ଼ିଶା ସମାଚାର)-ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣରେ କହିଥିଲେ ଯେ,ସ୍ୱାୟତ୍ତ ଶାସନ କେବଳ ଏକ ପ୍ରଶାସନିକ ବ୍ୟବସ୍ଥା ନୁହେଁ,ଏହା ଜନସାଧାରଣଙ୍କ ସହଭାଗିତା,ଦାୟିତ୍ୱବୋଧ ଓ ବିକାଶର ଏକ ସୁଦୃଢ଼ ମାଧ୍ୟମ।

ନିଜର କର୍ତ୍ତବ୍ୟ କୁ ନିଷ୍ଠାର ସହ ପାଳନ କରି ସହରକୁ ସ୍ୱଚ୍ଛ , ସୁନ୍ଦର ଓ ସୁସ୍ଥ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ଆସନ୍ତୁ ସମସ୍ତଙ୍କ ସହଯୋଗରେ ଆମ ଭୁବନ କୁ ଆହୁରି ସ୍ୱଚ୍ଛ, ସୁନ୍ଦର ଓ ବିକଶିତ କରିବା ବୋଲି ଆହ୍ୱାନ ଦେଇଥିଲେ । ପରେ କାଳୀ ବଜାର ସ୍ଥିତ ସହିଦ ବୀର ବାଜି ରାଉତ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ସେବା,ସମର୍ପଣ ଓ ମାନବିକତାର ବାର୍ତ୍ତା ଦିଆଯାଇଥିଲା ।
