ଜଗତସିଂହପୁର ଅବକାରୀ ବିଭାଗକୁ ସଫଳତା: ୬ କେଜି ୫୯୦ ଗ୍ରାମ୍ ଗଞ୍ଜେଇ ଜବତ।

ଜଗତସିଂହପୁର,୨୯/୧୦/୨୦୨୫ (ଓଡ଼ିଶା ସମାଚାର)- ଅବକାରୀ କମିଶନର ପି ଅନ୍ବେଷା ରେଡ୍ଡି ଓ ଜିଲ୍ଲାପାଳ ଜେ. ସୋନାଲଙ୍କ ନିର୍ଦ୍ଦେଶରେ ଜଗତସିଂହପୁର ଜିଲ୍ଲା ଅବକାରୀ ଅଧୀକ୍ଷୀକା ଅନିତା ପ୍ରଧାନଙ୍କ ତତ୍ତ୍ଵାବଧାନରେ  ସବ୍ଇନ୍ସପେକ୍ଟର ସ୍ମିତା ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ବୁଧବାର ଦିନ ଜଗତସିଂହପୁର ଜିଲ୍ଲା କ୍ରିଷ୍ଣାନନ୍ଦପୁର ଥାନା ଅନ୍ତର୍ଗତ ପୋଷଲ ଗ୍ରାମରେ ଚଢାଉ କରି  ୬ କେଜି ୫୯୦ ଗ୍ରାମର ଗଞ୍ଜେଇ ଜବତ କରିଛି ଯାହାର କଳାବଜାରୀ ମୂଲ୍ୟ ପ୍ରାୟ ୬୫୯୦୦ ଟଙ୍କା। ଏହି ସନ୍ଦର୍ଭରେ ରିତେଶ କୁମାର ଦାସ, ବୟସ ୩୭ ବର୍ଷ, ପିତା- ବିଷ୍ଣୁ ଚରଣ ଦାସ ନାମକ  ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ପୋଷଲ ଗ୍ରାମର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ଗତ କିଛି ମାସ ଧରି ଗଞ୍ଜେଇ ବ୍ୟବସାୟରେ ଲିପ୍ତ ଥିଲେ।

Leave a Reply

Your email address will not be published. Required fields are marked *