କଂଗ୍ରେସରୁ ନିର୍ବାଚନ ଲଢ଼ିବେ ନାହିଁ ବିଧାୟିକା ସୋଫିଆ ଫିରଦୋସ !

କଟକ ସଦର ୩୦/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆସନ୍ତା ନିର୍ବାଚନରେ କଂଗ୍ରେସରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ବାରବାଟି-କଟକର କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସ ଘୋଷଣା କରିଛନ୍ତି। ବାପା ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମ୍ ଙ୍କୁ ଯେଉଁଭଳି ଭାବେ କଂଗ୍ରେସ ଦଳରୁ ବାହାର କଲା ଏବଂ ସୋଫିଆ ଙ୍କୁ ମଧ୍ୟ ଦଳରୁ ନିଲମ୍ବିତ କରାଗଲା ଏହି ପରିପ୍ରେକ୍ଷୀରେ ସୋଫିଆ ଫିରଦୋସ କଂଗ୍ରେସ ଦଳରୁ ମୁହଁ ଫେରାଇ ନେଇଥିବା କୁହାଯାଉଛି।

ହେଲେ ଆସନ୍ତା ନିର୍ବାଚନରେ ସୋଫିଆ ବାପା ମୋକିମ ଙ୍କ ଦଳ ଓଡ଼ିଶା ଜନତା କଂଗ୍ରେସ ରୁ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ସୋଫିଆ ପାଇଁ କଂଗ୍ରେସ ସୁରକ୍ଷିତ ଦଳ ନୁହେଁ ତେଣୁ ସିଏ ଆସନ୍ତା ୨୦୨୯ ରେ ବାରବାଟି କଟକ ଆସନରୁ ଓଡିଶା ଜନତା କଂଗ୍ରେସ ରୁ ଲଢିଵ ବୋଲି ବାପା ତଥା ଓଜେସି ସଭାପତି ମହମ୍ମଦ ମୋକିମ୍ ଗଣମାଧ୍ୟମକୁ ସ୍ପଷ୍ଟ ସୂଚନା ଦେଇଛନ୍ତି  ।

Leave a Reply

Your email address will not be published. Required fields are marked *