ଘରେ ଘରେ ଶଙ୍ଖ ଅଭିଯାନରେ ସୁନନ୍ଦା ପତି ,ଝାଲପଡା ପଂଚାୟତର ମହିଳା ସମାବେଶ ।

ଯାଜପୁର, ୧୩/୦୪/୨୦୨୪ (ଓଡ଼ିଶା ସମାଚାର)-  ବିଜେଡି ଟିକେଟ ଆଶାୟୀ  ବରୀ ମାଟିର ଝିଅ ସୁନନ୍ଦା ପତି ଆଜି ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାଲପଡା ପଂଚାୟତ ର ବିଭିନ୍ନ ୱାର୍ଡ ବୁଲି ଲୋକଙ୍କୁ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ବିଷୟରେ ସଚେତନ କରିବା ସହ ଘରେ ଘରେ ଶଙ୍ଖ କୁ ପ୍ରସାରିତ କରିଥିଲେ । ପରେ ପରେ ପଞ୍ଚାୟତ ର ନିଳକଣ୍ଠପୁର ଗ୍ରାମରେ ମହିଳା ମାନଙ୍କ ସହ ଆଲୋଚନା କରିଥିଲେ ଓ ଏକ ରାଲି ମାଧ୍ୟମରେ ନବୀନ ପଟ୍ଟନାୟକ ଜିନ୍ଦାବାଦ  ସ୍ଲୋଗାନ ରେ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି  ନୀଲକଣ୍ଠେଶ୍ୱର ଦେବ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ଯୋଗ ଦେଇଥିବା ମହିଳା ମାନେ ମଧ୍ୟ ଚଳିତ ଥର ପାଇଁ ଶ୍ରୀମତୀ ପତି ଙ୍କୁ ବରୀ ବିଜେଡି ପକ୍ଷରୁ ସୁଯୋଗ ଦେବାକୁ ମୁଖମନ୍ତ୍ରୀ ଙ୍କୁ ସେମାନେ  ନିବେଦନ କରିଥିଲେ । ପରେ ପରେ ବ୍ରହ୍ମବରଦା , ମହେଶ୍ୱରପୁର, ରୁଦ୍ରପୁର ଆଦି ପଂଚାୟତ ରେ କର୍ମୀ ମାନଙ୍କୁ ସହ ଭୋଟର ଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିବା ସହ ଆଶିର୍ବାଦ ନେଇଥିଲେ ।

Leave a Reply

Your email address will not be published. Required fields are marked *